ବିରମିତ୍ରପୁର : ପୂର୍ବତନ ବିଧାୟକ ନିହାର ସୋରେନ୍ ଙ୍କ ସମେତ ବହୁ ନେତାଙ୍କ ବିଜେଡିରୁ ଇସ୍ତଫା।। ଜୋସେଫ ତିର୍କୀଙ୍କ ପ୍ରାର୍ଥୀତ୍ୱ କୁ ବିରୋଧ କରି ଇସ୍ତଫା।

0 481

ବିରମିତ୍ରପୁର : ୭/୪ (ସତ୍ୟାନ୍ୟୁଜ) ବିରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ଜୋସେଫ ତିର୍କୀଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି। ରବିବାର ଦିନ କୁଆରମୁଣ୍ଡା ବ୍ଲକ ବିଜେଡି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜୋସେଫ ତିର୍କୀଙ୍କ ପ୍ରାର୍ଥୀ ହେବାକୁ ନେଇ ବିରୋଧ କରାଯାଇଥିଲା। କିଛି ଦିନ ପୂର୍ବରୁ ଜର୍ଜ ତିର୍କୀ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ଅଭିଯୋଗ କରିଥିଲେ ଦଳୀୟ ନେତା। ଏବେ ତାଙ୍କ ପୁଅକୁ ଟିକେଟ ଦେବାକୁ ବିରୋଧ କରାଯାଇ ଦଳର ବହୁ ନେତା ଏବଂ କର୍ମୀ ଆଜି ଦଳରୁ ଇସ୍ତଫା ଦେଇଥିଲେ। ବିରମିତ୍ରପୁରର ପୂର୍ବତନ ବିଧାୟକ ନିହାର ସୋରେନ୍ , କୁଆରମୁଣ୍ଡା ବ୍ଲକ ବିଜେଡି ଅଧ୍ୟକ୍ଷ ରାଜେଶ ହଁସଦାଙ୍କ ସମେତ ବହୁ କର୍ମୀ ଦଳରୁ ଇସ୍ତଫା ଦେଇଥିଲେ। ଏହି ବୈଠକରେ ନୂଆଗାଁ ବ୍ଲକ ବିଜେଡି ନେତା ମକଲୁ ଏକ୍କା ଯୋଗ ଦେଇ ଦଳରେ ବହୁ ଦିନ କାମ କରିଥିବା କର୍ମୀଙ୍କୁ ଦଳୀୟ ଟିକେଟ ଦେବାକୁ ଦାବି କରିଥିଲେ।

Leave A Reply

Your email address will not be published.