ରାଉରକେଲା : ୬/୪/୨୪ (ସତ୍ୟାନ୍ୟୁଜ) ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ସୁଚାରୁ ରୂପେ ପରିଚାଳନା ପାଇଁ ରାଉରକେଲା ପ୍ରଶାସନ ପକ୍ଷରୁ ଜୋରସୋର ରେ ପ୍ରସ୍ତୁତି ଚାଲିଛି ାମୁଖ୍ୟ ନିର୍ବାଚନ ଆୟୋଗ ମାର୍ଚ୍ଚ ୧୬ ତାରିଖ ରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସୁନ୍ଦରଗଡ ଜିଲ୍ଳାରେ ମେ ୨୦ ତାରିଖରେ ମତଦାନର ତାରିଖ ଘୋଷଣା କରାଯାଇଛି। ଚଳିତ ବର୍ଷ ସରକାରୀ ଉଚ୍ଚବିଦ୍ୟାଳୟ ଉଦିତ ନଗର କୁ ଭୋଟ ଗଣତି କେନ୍ଦ୍ର କରା ଯାଇଛି। ଜୁନ ୪ ରେ ଏହି କେନ୍ଦ୍ରରେ ବୀରମିତ୍ରପୁର, ରଘୁନାଥପାଲି ,ଓ ରାଉରକେଲା
ତିନୋଟି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ହେବା ଆଜି ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଏହି ଭୋଟ ଗଣତି କେନ୍ଦ୍ରର ପରିଦର୍ଶନ କରା ଯାଇଥିଲାା ସେମାନଙ୍କୁ
ଇଭିଏମ ରଖିବା ପାଇଁ ବ୍ୟବସ୍ଥା କରା ଯାଇଥିବା ଷ୍ଟ୍ରଙ୍ଗ ରୁମ , ଭୋଟ ଗଣତିର ବ୍ୟବସ୍ଥା ବିଷୟରେ ଅବଗତକରା ଯାଇଥିଲା। ରାଜନୈତିକ ଦଳର ପ୍ରତିନଧି ମାନଙ୍କ ମଧ୍ୟରେ ବିଜେପି ଜିଲ୍ଳା ସଭାପତି ଲତିକା କୁମାରି ପଟ୍ଟନାୟକ, ବିଜେଡି ନଗର ସଭାପତି ଗଗନ ପଣ୍ଡା, ଆଏନସି ର ଜିଲ୍ଲା ସଭାପତି ରବି ରାୟ , ବିଏସପି ଜିଲ୍ଲା ସଭାପତି ରଂଜନ କୁମାର ତନ୍ତୀ , ଆପର ଜିଲ୍ଲା ସଭାପତି ବିନୟ ତିଓ୍ବାରୀ ପ୍ରମୁଖ ଉପସ୍ଥିତ ଥିଲା। ରିଟର୍ଣିଂ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ,ଉପଜିଲ୍ଲାପାଳ ପାନପୋଷ ବିଜୟ ନାୟକ ଓ ଅତିରିକ୍ତ ଉପଜିଲ୍ଲାପାଳ ,ପାନପୋଷ ସରୋଜ ମିଶ୍ର ଏମାନଙ୍କୁ ବ୍ୟବସ୍ଥା ଉପରେ ଅବଗତ କରାଇ ଥିଲେ।
ଏହିଅବସରରେ ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, ବୀରମିତ୍ରପୁର ତହସିଲଦାର ଗୌରୀ ନାୟକ , ପ୍ରମୁଖ ଉପସ୍ଥିତ ଥିଲୋ