ରାଉରକେଲା : ରାଉରକେଲାର ନୂତନ ଏସପି ଭାବେ ବ୍ରିଜେଶ କୁମାର ରାୟଙ୍କ ଦାଇତ୍ୱ ଗ୍ରହଣ।। ସୂଚାରୁ ନିର୍ବାଚନ ପରିଚାଳନା ଉପରେ ନୂତନ ଏସପିଙ୍କ ଗୁରୁତ୍ୱ।

0 363

ରାଉରକେଲା : ୬/୪ (ସତ୍ୟାନ୍ୟୁଜ) ରାଉରକେଲାର ନୂତନ ଏସପି ଭାବେ ୨୦୦୯ ବ୍ୟାଚ ଆଇପିଏସ ଅଫିସର ବ୍ରିଜେଶ କୁମାର ରାୟ ଦାଇତ୍ୱ ଗ୍ରହଣ କରିଛନ୍ତି। ଶନିବାର ଦିନ ଶ୍ରୀ ରାୟ ପୋଲିସ ମୁଖ୍ୟାଳୟରେ ପହଁଚିବା ପରେ ତାଙ୍କୁ ବିଭାଗର ଅଧିକାରୀ ମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଆଗାମୀ ମେ ମାସରେ ଏଠାରେ ହେବାକୁ ଥିବା ସାଧାରଣ ନିର୍ବାଚନ କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେ ନେଇ ଏସପି ଗୁରୁତ୍ୱ ଦେଇଥିଲେ। ଓଡିଶା-ଝାରଖଣ୍ଡ ସୀମାନ୍ତରେ ନକ୍ସଲ ଗତିବିଧି ଉପରେ କଡା ନଜର ରଖାଯିବା ସହ ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବା ନେଇ ନୂତନ ଏସପି ବ୍ରିଜେଶ ରାୟ କହିଛନ୍ତି।

Leave A Reply

Your email address will not be published.