ରାଉରକେଲା : ରାମ ନବମୀ ଏବଂ ଇଦ୍ ଶାନ୍ତି ଶୃଙ୍ଖଳା ସହ ପାଳନ ଲାଗି ଶାନ୍ତି କମିଟି ବୈଠକ।। ଯୋଗଦେଲେ ବିଭିନ୍ନ ଅଖାଡା ଏବଂ ଇଦ୍ କମିଟିର ସଦସ୍ୟ।
ରାଉରକେଲା : ୬/୪ (ସତ୍ୟାନ୍ୟୁଜ) ଆଗକୁ ଆସୁଛି ରାମନବମୀ ଏବଂ ଇଦ୍। ଏଥିପାଇଁ ଉଭୟ ରାମ ନବମୀ ଅଖାଡା କମିଟି ଏବଂ ଇଦ୍ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହା ସହ ଉଭୟ ଉତ୍ସବ ଶାନ୍ତି ଶୃଙ୍ଖଳା ସହ ପାଳନ ଲାଗି ପ୍ରଶାସନିକ ସ୍ତରରେ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଶୁକ୍ରବାର ଦିନ ସନ୍ଧ୍ୟାରେ ରାଉରକେଲା ପ୍ଲାଣ୍ଟସାଇଟ ଥାନାରେ ଏକ ଶାନ୍ତି କମିଟି ବୈଠକ ହୋଇଥିଲା। ଡ଼ିଏସପି ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାମନବମୀ ତଥା ଇଦ୍ କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ। ଏହାଛଡା ରାଉରକେଲା ଇଣ୍ଟିଗ୍ରେସନ ଫୋରମର ସଦସ୍ୟ ଏବଂ ଶାନ୍ତି କମିଟିର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ। ପ୍ଲାଣ୍ଟସାଇଟ ଇନିସ୍ପେକ୍ଟର ଜୟନାରାୟଣ ଖଣ୍ଡେଇ ବିଭିନ୍ନ କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ଚଳିତ ବର୍ଷ ୧୫ଟି ରାମନବମୀ ଅଖାଡା କମିଟିର ଶୋଭାଯାତ୍ରା ସହରରେ ବାହାରିବାକୁ ଥିବା ବେଳେ ଇଦ୍ ରେ ୪ଟି ସ୍ଥାନରେ ନମାଜ଼ ପାଠ ହେବ। ଶାନ୍ତି ଶୃଙ୍ଖଳା ସହ ଇଦ୍ ଏବଂ ରାମନବମୀ ପାଳନ ପାଇଁ ପ୍ରଶାସନ ଏବଂ ଶାନ୍ତି କମିଟି ପକ୍ଷରୁ ନିବେଦନ କରାଯାଇଛି।