ରାଉରକେଲା : ଏସପି ଙ୍କ ଦ୍ବାରସ୍ଥ ହେଲେ କଲେଜ୍ ଅଧ୍ୟକ୍ଷା।। ସରକାରୀ ସ୍ଵଂୟ ଶାସିତ ମହାବିଦ୍ୟାଳୟ ରେ ବିଜେପି କର୍ମୀଙ୍କ ହଙ୍ଗାମା ଅଭିଯୋଗ।
ରାଉରକେଲା:୧୪/୧୦
(ସତ୍ୟାନ୍ୟୁଜ) ଭୟଭୀତ ହୋଇ ଏସପି ଙ୍କ ଦ୍ବାରସ୍ଥ ହୋଇଛନ୍ତି ରାଉରକେଲା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ସସ୍ମିତା ସାମଲ। ଗତକାଲି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ୨୫ ରୁ ୩୦ ଜଣ କର୍ମକର୍ତ୍ତା ଅଧ୍ୟକ୍ଷାଙ୍କ ଚେମ୍ବର୍ ରେ ବିନା ଅନୁମତିରେ ପଶି ହଙ୍ଗାମା କରିଥିଲେ। ଅଭିଯୋଗ ଅନୁଯାୟୀ ଦଳୀୟ କର୍ମକର୍ତ୍ତା ମାନେ ଅଧ୍ୟକ୍ଷାଙ୍କୁ ଧମକ ଚମକ୍ ଦେବା ସହ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। ବହୁ ସମୟ ଧରି ଗଣ୍ଡଗୋଳ କରିଥିଲେ ମଧ୍ୟ ଧମକ ଚମକ୍ ଦେବା ସଠିକ୍ କାରଣ କହି ନଥିଲେ। କେବଳ ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ସେମାନଙ୍କ ନିକଟରେ ବହୁ ଅଭିଯୋଗ ଆସିଥିବା କହି ଥିଲେ ଉକ୍ତ ଦଳୀୟ କର୍ମକର୍ତ୍ତା। ନିଜକୁ ନିଜେ ବିଜେପି ର ଦଳୀୟ କର୍ମକର୍ତ୍ତା ବୋଲି କହିଥିଲେ ହଙ୍ଗାମା କାରୀ। ଏହି ଘଟଣାକୁ ନେଇ କଲେଜ୍ ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି। ଆଜି ରାଉରକେଲା ଏସପି ଙ୍କୁ କଲେଜ୍ ଅଧ୍ୟକ୍ଷା ଘଟଣା ସମ୍ପର୍କରେ ଅବଗତ କରିବାକୁ ଯାଇଥିଲେ। ସାଙ୍ଗରେ କଲେଜ୍ ଛାତ୍ର ମାନେ ମଧ୍ୟ ଏସପିଙ୍କ କାର୍ଯ୍ୟଳୟ ଯାଇଥିଲେ। ଏହି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥି ଲାଗି ଛାତ୍ର ମାନେ ନିବେଦନ କରିଛନ୍ତି। ଏପରି ଘଟଣା ପୁଣି ହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଛାତ୍ର ମାନେ।