ଭିଜିଲାନ୍ସ ଜାଲରେ ଇଞ୍ଜିନିୟର। ସୁନ୍ଦରଗଡ଼ରେ ଲାଞ୍ଚ ନେଇ ଧରାପଡିଲେ ଜାତୀୟ ସ୍ବାସ୍ଥ୍ୟ ମିଶନ କନିଷ୍ଠ ଯନ୍ତ୍ରୀ ।
ସୁନ୍ଦରଗଡ଼:୨୭/୫(ସତ୍ୟାନ୍ୟୁଜ) ଲାଞ୍ଚ ନେଇ ଧରାପଡିଲେ ସୁନ୍ଦରଗଡ଼ ଜାତୀୟ ସ୍ବାସ୍ଥ୍ୟ ମିଶନ କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାୟକ । ଆଜି ଜଣେ ଠିକାଦାର ଙ୍କୁ କାମ ଦେବାକୁ କହି
୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ସୁନ୍ଦରଗଡ ଭିଜିଲାନ୍ସ ଟିମ୍ । ଧରା ପଡ଼ିବା ପରେ ଭିଜିଲାନସ୍ ଅଧିକାରୀ ମାନେ ଯନ୍ତ୍ରୀ ସୁମନ୍ତ ନାୟକ ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ଏହା ସହ ଦୁଇଟି ଟିମ୍ ତାଙ୍କର କାର୍ଯ୍ୟଳୟ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ କଲୋନୀ ସ୍ଥିତ ସରକାରୀ କ୍ୱାର୍ଟର ରେ ଯାଞ୍ଚ କରୁଛନ୍ତି। ଏପର୍ଯ୍ୟନ୍ତ ନଗଦ ଟଙ୍କା, ସୁନା ଗହଣା, ବ୍ୟାଙ୍କ୍ ପାସବୁକ, ଇନ୍ସୁରାନସ୍ କାଗଜ, ଲାପଟପ୍ ଏବଂ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ସୂଚନା ମିଳିଛି । ସୁମନ୍ତଙ୍କ ଅନ୍ୟ କେତେକ ଠିକଣାରେ ମଧ୍ୟ ରେଡ୍ ଚାଲିଥିବା ଜଣ ପଡିଛି। ବର୍ତ୍ତମାନ ସୁଦ୍ଧା ଯାଞ୍ଚ ଜାରି ରହିଛି ।