ବିରମିତ୍ରପୁର : ବିରମିତ୍ରପୁରରେ ଶାନ୍ତି କମିଟି ବୈଠକ।। ସହରରେ ଶାନ୍ତି ବଜାୟ ରଖିବା ଲାଗି ବିଭିନ୍ନ ଅନୁଷ୍ଠାନ ଏବଂ ପ୍ରଶାସନ ପକ୍ଷରୁ ନିବେଦନ।

0 421

ବିରମିତ୍ରପୁର : ୫/୪ (ସତ୍ୟାନ୍ୟୁଜ) ବିରମିତ୍ରପୁର ଗୁପ୍ତେଶ୍ଵର ମେଳାରେ ଭୁଜାଲି ମାଡ ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ଭୁଜାଲି ମାଡ ପରେ ସହରରେ ଉତ୍ତେଜନା ଦେଖା ଦେଇଥିଲା। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ସହରରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଡକା ଯାଇଥିଲା। ବିରମିତ୍ରପୁର ଏସଡିପିଓ ସୁଶାନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସହରର ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ।

Leave A Reply

Your email address will not be published.