ରାଉରକେଲା: କାଳବୈଶାଖୀ ଝଡ଼ରେ ବ୍ୟାପକ କ୍ଷୟକ୍ଷତି।। ଭାଙ୍ଗିଲା ଗଛ।। ଗାଡ଼ି , ଘର କ୍ଷତି ଗ୍ରସ୍ତ।

0 208

ରାଉରକେଲା:୨୭/୫
(ସତ୍ୟା ନ୍ୟୁଜ) ସୋମବାର ରାଉରକେଲା ରେ ହୋଇଥିବା କାଳବୈଶାଖୀ ଝଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବୁଧବାର ଅପରାହ୍ନରେ କାଳବୈଶାଖୀ ଝଡ଼ରେ ମଧ୍ୟ ଗାଡ଼ି , ଘର ଆଦି କ୍ଷତିଗ୍ରସ୍ତ ହୋଇଛି। ରାଉରକେଲା ପାୱାର ହାଉସ୍ ରୋଡ ନିର୍ମଳ ମାର୍କେଟ ରେ ଗଛ ଉପୁଡ଼ି ପଡ଼ିବାରୁ କେତେ ଗୁଡିଏ କାର କ୍ଷତି ଗ୍ରସ୍ତ ହୋଇଛି। ଗଛ କଟା ସରିଲା ପରେ କେତେ ଗାଡ଼ି କ୍ଷତି ଗ୍ରସ୍ତ ହୋଇଛି ଜଣାପଡ଼ିବ। ମାର୍କେଟ ପରିସରରେ ଆଉ ଏକ ଗଛ ମଧ୍ୟ ବିପଜ୍ଜନକ ଅବସ୍ଥାରେ ଅଛି। ତେବେ ଦୁଇଟି ଗାଡ଼ି କ୍ଷତି ଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସେହିପରି ସହରର ମୁଖ୍ୟ ମାର୍ଗରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନ V Mart ର ବିରାଟ ସାଇନ୍ ବୋର୍ଡ ଭାଙ୍ଗି ପଡି ରାସ୍ତା କଡ଼ରେ ପଡି ରହିଛି। ସୌଭାଗ୍ୟ ବସତଃ କାହାର କୌଣସି କ୍ଷତି ହୋଇ ନାହିଁ। ସେହିପରି ବାସନ୍ତୀ କଲୋନୀ ନିକଟ କୁମ୍ଭାର ପଡ଼ାରେ ଗଚ୍ଛ ଭାଙ୍ଗି ପଡ଼ି ଯିବାରୁ ୪ ଟି ଘର ଭାଙ୍ଗି ଯାଇ ଥିବାର ସୂଚନା ମିଳିଛି। ଏହାଛଡା ହନୁମାନ ବାଟିକା , ସିଭିଲ ଟାଉନ୍ ଶିପ ରେ ମଧ୍ୟ ବହୁ ଗଛ ଭାଙ୍ଗିଯାଇଛି। ସୋମବାର ହୋଇଥିବା କାଳବୈଶାଖୀ ରେ ୩୦୦ ରୁ ଉର୍ଦ୍ଧ୍ବ ଘର କ୍ଷତି ଗ୍ରସ୍ତ ହୋଇଛି। ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୧ ନମ୍ୱର୍ , ୨ ନମ୍ୱର୍ ସେକ୍ଟର , ଖରିଆ ବାହାଲ ବସ୍ତି , କଲ୍ୟାଣୀ ବସ୍ତି ଆଦିରେ ବିଦ୍ୟୁତ୍ ଲାଇନ୍ ଆସି ନାହିଁ। ଏହି ସମୟରେ ପୁଣି ଆଜିର ଝଡ , ବର୍ଷା ଯୋଗୁଁ ଲୋକେ ଚିନ୍ତାରେ ଅଛନ୍ତି।

Leave A Reply

Your email address will not be published.