ବଣାଇ : ୪/୪ (ସତ୍ୟାନ୍ୟୁଜ) ବଣାଇ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ବାପ ଝିଅ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ବଣାଇ ଡାକ୍ତରଖାନା ଅଣାଯାଇଥିଲା। ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସାନଜଲ ଗ୍ରାମର ସେଜାନ ହର ଏବଂ ତାଙ୍କର ୮ବର୍ଷ ର ଝିଅ ସୁଷମା ହର ଗାଁରୁ ବନ୍ଧାଭୂଇଁକୁ ଏକ ବାହାଘର ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ବାପ , ଝିଅ ବାଇକରେ ଯାଉଥିବା ବେଳେ ଏକ ହାଇବା ଟ୍ରକ ବାଇକ କୁ ପିଟି ଦେଇଥିଲା। ଫଳରେ ଉଭୟ ରାସ୍ତାରେ ଛିଟିକି ପଡ଼ିଥିଲେ। ଗାଡି ଛାଡ଼ି ଘଟଣା ସ୍ଥଳରୁ ହାଇବା ଡ୍ରାଇଭର ଫେରାର ହୋଇ ଯାଇଛି। ବଣାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିବା ବେଳେ ଟ୍ରକ ଟିକୁ ଜବତ କରିଛନ୍ତି।