ରାଉରକେଲା : ପରିବାର ଭରଣ ପୋଷଣ ପାଇଁ ଅଟୋ ଚଳାଇ ରୋଜଗାର କରୁଛନ୍ତି ୫ ଜଣ ମହିଳା।। ପ୍ରତିଦିନ ଷ୍ଟେସନରେ ଅପେକ୍ଷା କରି ରହୁଛନ୍ତି ଯାତ୍ରୀଙ୍କୁ।

0 321

ରାଉରକେଲା : ୨୫/୩ (ସତ୍ୟାନ୍ୟୁଜ) ଜୀବନର ଅନ୍ୟ ନାମ ହେଲା ସଂଘର୍ଷ। ତେବେ ଜଣେ ମହିଳା ନିଜ ପରିବାରର ଭରଣ ପୋଷଣ ପାଇଁ ଯେଉଁ ପ୍ରଫେସନ ଧରି ନେଇଛନ୍ତି ତା ନିଶ୍ଚିତ ଭାବେ ପ୍ରଶଂସନୀୟ। ରାଉରକେଲା ତରକେରାରେ ରହନ୍ତି ମନ୍ଦଦୋରୀ ବଡାଇକ। ତାଙ୍କ ସ୍ୱାମୀ ମିସ୍ତ୍ରୀ କାମ କରୁଥିଲେ। କାମ କଲାବେଳେ ପଡି ଯାଇ ମୃତ୍ୟୁ ବରଣ କରିଥିଲେ ତାଙ୍କ ସ୍ୱାମୀ। ପୁରା ପରିବାର ବୋଝ ପଡିଲା ମନ୍ଦଦୋରୀଙ୍କ ଉପରେ। ପାଞ୍ଚଟି ପିଲାଙ୍କୁ ମଣିଷ କରାଇବାକୁ ନେଲେ ଡ୍ରାଇଭିଂ ଟ୍ରେନିଂ। ପରେ ମହାନଗର ନିଗମ ପକ୍ଷରୁ ପିଙ୍କ ଅଟୋ ଯୋଜନାରେ ଋଣ ନେଇ ଏକ ଅଟୋ ଚଳାଇଲେ। ମାତ୍ର କମ୍ପାନୀର ଠିକ ସର୍ଭିସ ନମିଳିବାରୁ କ୍ଷତି ହେଲା। ଏବେ ରୋଟାରୀ ରାଉରକେଲା କୁଇନ୍ ପକ୍ଷରୁ ତାଙ୍କୁ ଏକ ଅଟୋ ମାଗଣାରେ ଦିଆଯାଇଛି। ଷ୍ଟେସନ ନିକଟରେ ଯାତ୍ରୀଙ୍କୁ ଅପେକ୍ଷା କରନ୍ତି। ଦିନକୁ ବେଶ ଦି ପଇସା ରୋଜଗାରମଧ୍ୟ କରୁଛନ୍ତି। କେବଳ ମନ୍ଦଦୋରୀ ନୁହନ୍ତି ସନ୍ତୋକ୍ଷୀ ସିଂ ଙ୍କୁ ମଧ୍ୟ ରୋଟାରୀ ରାଉରକେଲା କୁଇନ୍ ପକ୍ଷରୁ ଏକ ଅଟୋ ଦିଅ ଯାଇଛି। ସେ ମଧ୍ୟ ଅଟୋ ଚଳାଇ ଆତ୍ମ ନିର୍ଭରଶୀଳ ହୋଇ ପାରିଛନ୍ତି। ତେବେ ଉଭୟ ଏବେ ମଧ୍ୟ ଅନ୍ୟ ପୁରୁଷ ଅଟୋ ଡ୍ରାଇଭରଙ୍କ ସହ ପ୍ରତିଯୋଗିତାରେ ସମ୍ମୁଖୀନ ହୋଇ ସଂଘର୍ଷ ଜାରି ରଖିଛନ୍ତି। ଏହି ଦୁଇ ଜଣଙ୍କ ପରି ଆଉ କେତେକ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ ହେବାକୁ ମଧ୍ୟ ରୋଟାରୀ ରାଉରକେଲା କୁଇନ୍ ପକ୍ଷରୁ ମାଗଣାରେ ଅଟୋ ଦିଆଯାଇଛି।

Leave A Reply

Your email address will not be published.