ରାଉରକେଲା : କାଳୀ ପୂଜା ଏବଂ ଦୀପାବଳି ପାଇଁ ରାଉରକେଲାରେ ଚାଲିଛି ଜୋରଦାର ପ୍ରସ୍ତୁତି।। ଆଜି ଖୋଲିଲା ବାଣ ଦୋକାନ।

0 8

ରାଉରକେଲା : ୧୮/୧୦
(ସତ୍ୟାନ୍ୟୁଜ) ଆଉ ମାତ୍ର ଦିନକ ପରେ ଦୀପାବଳି ଏବଂ ଶ୍ୟାମା କାଳୀ ପୂଜା। ଏଥିପାଇଁ ରାଉରକେଲା ରେ ଚାଲିଛି ଜୋରଦାର ପ୍ରସ୍ତୁତି। କାଳୀ ପୂଜା ପାଇଁ ବିଭିନ୍ନ ପୂଜା ପେଣ୍ଡାଲ ରେ ପ୍ରତିମା ନିର୍ମାଣ ଚାଲିଥିବା ବେଳେ ରାଉରକେଲା – ବନ୍ଧମୁଣ୍ଡା ରୋଡ ରେ କାରିଗର ମାନେ ମା କାଳୀ ଙ୍କ ମୂର୍ତ୍ତି ନିର୍ମାଣରେ ଶେଷ ସ୍ପର୍ଶ ଦେଉଛନ୍ତି।
ଅନ୍ୟପକ୍ଷରେ ଆଲୋକର ପର୍ବ ଦୀପାବଳୀ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଦୋକାନ ବଜାର ରେ ପ୍ରବଳ ଭିଡ। ଦୀପାବଳି ପାଇଁ ଦୀପ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣିବାକୁ ବଜାରରେ ପ୍ରବଳ ଭିଡ ହେଉଥିବାରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ୍ ଦିଆ ଯାଇଛି। ବିଭିନ୍ନ ସ୍ଥାନରେ ବାଣ ଦୋକାନ ଲାଗୁଛି। ଯେଉଁଠାରେ ପ୍ରଶାସନ ପକ୍ଷରୁ ବାଣ ବିକିବାକୁ ଅନୁମତି ଦିଆ ଯାଇଛି ଉକ୍ତ ସ୍ଥାନରେ ଦୋକାନ ଖୋଲା ଗଲାଣି। ଚଳିତ ବର୍ଷ ବିଭିନ୍ନ ବାଣ କମ୍ପାନୀ ମାନେ ସବୁଜ ବାଣ ପ୍ରସ୍ତୁତ କରିଛନ୍ତି। ପ୍ରଦୂଷଣ କରୁଥିବା ବାଣ କୁ ଅନୁମତି ନଥିବାରୁ ସବୁଜ ବାଣ ର ଚାହିଦା ବୃଦ୍ଧି ପାଇଛି। ଏ ବର୍ଷ ପ୍ଲାଣ୍ଟସାଇଟ ରୋଡ ଦୁର୍ଗା ପୂଜା ପଡିଆ
ରିଙ୍ଗ ରୋଡ କଡ଼ରେ ବାଣ ବିକ୍ରୟ କୁ ଅନୁମତି ଦିଆ ଯାଇଛି। ମୁନିସିପଲ୍ କଲେଜ୍ ପାର୍ଶ୍ଵରେ ମଧ୍ୟ ଅନୁମତି ଦିଆ ଯାଇଛି। କିନ୍ତୁ ପାୱାର ହାଉସ୍ ରୋଡ ଗଣେଶ ପୂଜା ପଡିଆରେ ଚଳିତ ବର୍ଷ ବାଣ ବିକ୍ରି କୁ ଅନୁମତି ଦିଆ ଯାଇ ନାହିଁ। ସୂଚନା ଯୋଗ୍ୟଯେ ୧୦ ବର୍ଷ ହେଲା ଏଠାରେ ବାଣ ବିକ୍ରିକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆ ଯାଇଥିଲା। ମାତ୍ର ଚଳିତ ବର୍ଷ ନୂଆ କରି ମୁନିସିପାଲ୍ କଲେଜ୍ ନିକଟରେ ବାଣ ବିକ୍ରି ପାଇଁ ଅନୁମତି ଦିଆ ଯାଇଛି।

Leave A Reply

Your email address will not be published.