ରାଉରକେଲା:୧୮/୧୦
(ସତ୍ୟାନ୍ୟୂଜ) ରାଉରକେଲା ରେ ଥିବା ରାଜ୍ୟର ଏକ ମାତ୍ର ‘ ସୁରକ୍ଷିତ ଆଶ୍ରୟ ସ୍ଥଳ ‘ ରେ ଆଜି ସକାଳେ ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ୍ କରାଯାଇଛି। ଏହି କେନ୍ଦ୍ରରେ ସୁଧାର ପାଇଁ ବାଳ ଅପରାଧୀ ମାନେ ରହି ଥାଆନ୍ତି। ରାଉରକେଲା ଜେଲ୍ ରୋଡ ରେ ଥିବା ଏହି କେନ୍ଦ୍ରରେ ଗଣ୍ଡଗୋଳ ହେଉଥିବା ନେଇ ବହୁ ଦିନ ହେଲା ଅଭିଯୋଗ ହୋଇ ଆସୁ ଥିଲା। ସେଠାରେ ରହୁଥିବା କେତେକ ଅନ୍ତେବାସୀ ଅନ୍ୟ ପିଲାଙ୍କ ସହ ମାଡପିଟ୍ କରୁଥିବା ଅଭିଯୋଗ ମଧ୍ୟ ହୋଇ ଥିଲା। ଅଭିଯୋଗ କୁ ଆଧାର କରି ଆଜି ସକାଳୁ ପାନପୋଷ ଏସଡିପିଓ ରଶ୍ମି ରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ପୋଲିସ୍ ସୁରକ୍ଷିତ ଆଶ୍ରୟ କେନ୍ଦ୍ର ରେ ଚଢାଉ କରି ଯାଞ୍ଚ ଆରମ୍ଭ କରିଥିଲେ। ଏହି ଚଢାଉ ପ୍ରାୟ ଅଢେ଼ଇ ଘଣ୍ଟା ଧରି ଚାଲି ଥିଲା। ଯାଞ୍ଚ ସମୟରେ ପୋଲିସକୁ ଆଶ୍ରୟ ସ୍ଥଳ ଭିତରୁ ବିଡି , ଅନ୍ୟ ମାଦକ ଦ୍ରବ୍ୟ , ଛୁରୀ , କଇଞ୍ଚି ଆଦି ମିଳିଛି। କିଛି ମାତ୍ରାରେ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଗଣ୍ଡଗୋଳ କରୁଥିବା ଦୁଇଜଣ ଅନ୍ତେବାସୀଙ୍କୁ ରାଉରକେଲା ସ୍ଵତନ୍ତ୍ର ଜେଲ୍ କୁ ପଠା ଯାଇଥିବା କୁହା ଯାଉଛି।