କାମାକ୍ଷାନଗର : ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇ ଗଲା ଗୋଟିଏ ପରିବାର।। ଗାଡ଼ି – ବାଇକ୍ ଧକ୍କାରେ ବାପା , ମା , ଝିଅ , ଝିଆରୀ ର ମୃତ୍ୟୁ।

0 159

କାମାକ୍ଷାନଗର:୧୮/୧୦
(ସତ୍ୟାନ୍ୟୁଜ) ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇ ଯାଇଛି ଗୋଟିଏ ପରିବାର। ଗତକାଲି ସକାଳ ସାଢେ଼ ୧୦ ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କୁ ପ୍ରବେଶ ପୂର୍ବରୁ ଥିବା ମାଳପୁର ଫ୍ଲାଏ ଓଭର ରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ଗୋଟିଏ ପରିବାର ର ଚାରି ଜଣଙ୍କ ର ଦୁଃଖଦ ମୃତ୍ୟୁ ହୋଇ ଯାଇଛି। ମୃତକଙ୍କ ମଧ୍ୟରେ ମା , ବାପା ଏବଂ ଦୁଇ ଜଣ ଶିଶୁ ଅଛନ୍ତି।
ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଭାବଗ୍ରାହୀ
କାରୁଆ ଯାଜପୁର ଜିଲ୍ଲା କାଳିଆ ପାଣି ରେ କାମ କରନ୍ତି। ଗତକାଲି ସକାଳେ ଭାବଗ୍ରାହୀ ସ୍ତ୍ରୀ , ଝିଅ ଏବଂ ଅନ୍ୟ ଜଣେ ସଂପର୍କୀୟଙ୍କ ଝିଅକୁ ନେଇ କାମାକ୍ଷାନଗର ଆସୁଥିଲେ। ୫୩ ନମ୍ୱର୍ ଜାତୀୟ ରାଜପଥର ମାଳପୁର ଓଭରବ୍ରିଜ୍ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍ କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଭାବଗ୍ରାହୀ , ତାଙ୍କ ଝିଅ ଏବଂ ଝିଆରୀ ର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଜାନକୀ ଙ୍କ ମୃତ୍ୟୁ ହସ୍ପିଟାଲ୍ ରେ ହୋଇ ଯାଇଥିଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.