ସୁନ୍ଦରଗଡ଼ : ସିରିଜ ଦୁର୍ଘଟଣା ଘଟାଇ ଆତଙ୍କ ଖେଳାଇ ଦେଲା ମଦୁଆ ଗାଡି ଡ୍ରାଇଭର।। ହୋଲି ଖେଳି ସ୍କରପିଓ ରେ ମାତାଲ ଅବସ୍ଥାରେ ଆସୁଥିଲା ଡ୍ରାଇଭର।

0 214

ସୁନ୍ଦରଗଡ : ୨୬/୩ (ସତ୍ୟାନ୍ୟୁଜ) ହୋଲି ଖେଳି ଗାଡି ଧରି ଫେରୁଥିଲେ ମାତାଲ ଡ୍ରାଇଭର। ଗାଡିର ବେଗ ଥିଲା ଘଣ୍ଟା ପ୍ରତି ୧୩୦ ରୁ ୧୪୦। ଘଟାଇଲେ ସିରିଜ୍ ଦୁର୍ଘଟଣା। ଲୋକମାନେ ଯେ ଯୁଆଡେ ପାଇଲେ ଦୌଡ଼ିଲେ। ଏହି ଘଟଣା ସୁନ୍ଦରଗଡ ସହରର।
ସୁନ୍ଦରଗଡ ସହର ଶଙ୍କରାରୁ ହୋଲି ଖେଳି ପୁରା ମତୁଆଲା ଅବସ୍ଥାରେ ସ୍କର୍ପିଓ ରେ ଆଉ ଜଣେ ଯୁବକଙ୍କ ସହିତ ବାହାରିଥିଲେ ଏହି ମଦୁଆ ଚାଳକ ।
ପ୍ରଥମେ ସୁନ୍ଦରଗଡ ମେଡ଼ିକାଲ କଲେଜ ସମ୍ମୁଖ ରୁ ଗୋଟିଏ ବାଇକକୁ ପିଟି ଦେବା ପରେ ଆହୁରି ଦ୍ରୁତଗତିରେ ଆଗକୁ ବଢିଥିଲା ସ୍କର୍ପିଓ । ମିସନ୍ ରୋଡ଼ ରେ ଗୋଟିଏ କାରକୁ ଧକା ଦେଲା ପରେ କାରଟି ଦୁଇ ରାଉଣ୍ଡ ଓଲଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା।
ଏହାପରେ ୩ ଟି ବାଇକ ଓ ଗୋଟାଏ ସାଇକେଲ ଚାଳକ କୁ ଧକା ଦେବା ସହିତ ଶେଷ ରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ କୁ ପଛ ପଟେ ପିଟିଥିଲା।
ମଦୁଆ ଯେଉଁ ଭଳି ଦୁର୍ଘଟଣା ଘଟାଇ ଚାଲି ଥିଲେ ଯେ ଦେଖିବା ଲୋକ ବି ରାସ୍ତା ଛାଡି ଦୌଡ଼ି ପଳାଇଥିଲେ।
ସମସ୍ତ ଘଟଣା ରେ ସାଇକେଲ ଚାଳକ ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି ଥିବା ବେଳେ ଆହୁରି ୪ ରୁ ୫ ଜଣ ସାମାନ୍ୟ ଆହତ ଅଛନ୍ତି।
ଘଟଣା ସ୍ଥଳ ରେ ସୁନ୍ଦରଗଡ ଟାଉନ ଥାନା ପୋଲିସ ପହଞ୍ଚି ମଦୁଆ ସ୍କର୍ପିଓ ଚାଳକ କୁ ଅଟକ ରଖିଛି।

Leave A Reply

Your email address will not be published.