ରାଉରକେଲା:୧୭/୧୦
(ସତ୍ୟା ନ୍ୟୁଜ) ରାଉରକେଲା ନିକଟରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ଝରଣା ନାଳରେ ଗାଧୋଉଥିବା ସମୟରେ ଦୁଇ ଜଣ ଛାତ୍ର ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ଚାରି ଜଣ ଛାତ୍ର ସୁରକ୍ଷିତ ଅଛନ୍ତି।
ଶୁକ୍ରବାର ସକାଳେ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂଲିଶ ମିଡ଼ିଅମ୍ ସ୍କୁଲର ଦଶମ ଶ୍ରେଣୀରେ ପଢୁଥିବା ୬ ଜଣ ଛାତ୍ର ସ୍କୁଲ ଆସିବାକୁ ଘରୁ ବାହାରି ଥିଲେ। ସ୍କୁଲ ନଯାଇ ଛାତ୍ରମାନେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବିରିକେରା ପଞ୍ଚାୟତ ଅଞ୍ଚଳର ଗ୍ରାଗି ଘାଟି ଜଳପ୍ରପାତକୁ ପିକନିକ୍ ପାଇଁ ଯାଇଥିଲେ। ଗାଧୋଇବା ସମୟରେ ଦୁଇ ଜଣ ଛାତ୍ର ଝରଣା ଗଭୀର ପାଣିରେ ପଥର ମଧ୍ୟରେ ଫସି ଯାଇଥିଲେ। ଅନ୍ୟ ଛାତ୍ର ମାନେ ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା ୫ ଘଣ୍ଟା ପରିଶ୍ରମ ପରେ ସେମାନଙ୍କ ମୃତଦେହ ପାଣି ମଧ୍ୟରୁ ଉଦ୍ଧାର କରାଯାଇ ପାରିଥିଲା। ମୃତକ ଛାତ୍ର ମାନେ ଓମ୍ ସୁନା ଏବଂ ଅନୁରାଗ ଦାସ ବୋଲି ଜଣା ପଡିଛି। ମୃତ ଦେହ ରାଉରକେଲା ସରକାରୀ ହସ୍ପିଟାଲ୍ ପହଞ୍ଚିବା ପରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିବାର ବର୍ଗ ଏବଂ ପାଖ ପଡୋଶୀ ଙ୍କ କ୍ରନ୍ଦନ ରୋଳ ରେ ହସ୍ପିଟାଲ ପରିସର ଫାଟି ପଡିଥିଲା ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ପାଣିରେ ବୁଡ଼ି ବହୁ କମ୍ ବୟସ ବାଳକଙ୍କ ମୃତ୍ୟୁ ଘଟୁଛି। ଏଥିପାଇଁ ଅଧିକ ସଚେତନତାର ଆବଶ୍ୟକତା ରହିଛି।
ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୧୦ ଟାରେ, ଓମ୍ ଏବଂ ଅନୁରାଗ ସେମାନଙ୍କର ଚାରି ଜଣ ବନ୍ଧୁ – ସେକ୍ଟର ୨୦ ର ଅଭିଜିତ ହୋବୋ, ସେକ୍ଟର ୬ ର ସୁମିତ ସେଠ୍, ସେକ୍ଟର ୨ ର ଅଭିଷେକ ସାହୁ ଏବଂ ସେକ୍ଟର ୩ ର ପ୍ରୀତମ୍ ହାଂସଦା – ଦୁଇଟି ବାଇକ୍ ରେ ପିକନିକ୍ ପାଇଁ ଘାଟକୁ ଯାଇଥିଲେ। ସେମାନେ ସେଠାରେ ପିକନିକ୍ କରିଥିଲେ ଏବଂ ଝରଣାରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ, ଓମ୍ ଏବଂ ଅନୁରାଗ ନାଳର ଏକ ପଥରର ଗଭୀର ଅଂଶରେ ଫସି ଯାଇଥିଲେ। ସାଥୀ ଛାତ୍ରମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ସ୍ଥାନୀୟ ଗ୍ରାମବାସୀମାନେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପାନପୋଷ ଅଗ୍ନିଶମ ବିଭାଗ ଅଧିକାରୀ ସିଦ୍ଧେଶ୍ୱର ସାମଲଙ୍କ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟ ଅପରାହ୍ନ ପ୍ରାୟ ୨ଟାରେ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଖୋଜାଖୋଜି ପରେ, ଅପରାହ୍ନ ୪ଟାରେ ଉଭୟ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରିବାର ସଦସ୍ୟ ଏବଂ ସ୍କୁଲ ଶିକ୍ଷକମାନେ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ
ରଖା ଯାଇଛି।