ରାଉରକେଲା : ବୃଦ୍ଧା ଜଣକ ବସ ରହଣି ସ୍ଥଳକୁ ଧରି ନେଇଥିଲେ ନିଜ ଘର।। ତାଙ୍କୁ ସେବା ସୁସୁଶ୍ରା କରି ବୃଦ୍ଧାଶ୍ରମ ପଠାଇଲେ ମାନବାଧିକାର କର୍ମୀ।
ରାଉରକେଲା : ୨୫/୩ (ସତ୍ୟାନ୍ୟୁଜ) ନିରାଶ୍ରୟା ବୃଦ୍ଧା ଜଣକ ବସ ରହଣୀ ସ୍ଥଳକୁ କରିଦେଇଥିଲେ ନିଜ ଘର। ମାତ୍ରାଧିକ ବୟସ ଏବଂ ଦୁର୍ବଳତା ଯୋଗୁଁ ଠିକ ଭାବେ ଚାଲବୁଲ କରି ପାରୁନଥିଲେ। କିଏ ଖାଇବାକୁ ଦେଲେ ଖାଉଥିଲେ , ନହେଲେ ଉପାସ ରହୁଥିଲେ। ମାସ ମାସ ଧରି ଗାଧୋଉ ନଥିଲେ। ପଖରେ ଦୋକାନ କରିଥିବା କିମ୍ବା କାମ କରିବାକୁ ଯାଉଥିବା ମହିଳା ମାନେ କେବେ କେବେ ତାଙ୍କୁ ଖାଇବାକୁ ଦେଉଥିଲେ। ତେବେ ଆଜି କେତେକ ମାନବାଧିକାର କର୍ମୀଙ୍କ ତାଙ୍କ ଉପରେ ନଜର ପଡିଲା। ସେମାନେ ବୃଦ୍ଧା ଜଣଙ୍କୁ ସ୍ନାନ ଆଦି କରାଇ ନୂଆ ଲୁଗା ପିନ୍ଧାଇ ଦେଇଥିଲେ। ପରେ ତାଙ୍କୁ ଖାଦ୍ୟ ମଧ୍ୟ ଖୁଆଇ ଥିଲେ। ନିଜ ବାବଦରେ ଠିକ ଭାବେ କହି ପାରୁ ନଥିଲେ ବୃଦ୍ଧା ଜଣକ। ମାନସିକ ସନ୍ତୁଳନ ମଧ୍ୟ ଠିକ ନଥିବା ଜଣା ପଡ଼ୁଥିଲା। ପରେ ମାନବାଧିକାର କର୍ମୀମାନେ ତାଙ୍କୁ କୌଣସି ବୃଦ୍ଧାଶ୍ରମକୁ ପଠାଇବା ବ୍ୟବସ୍ଥା କରୁଛନ୍ତି। ବୃଦ୍ଧା ଜଣକ କିଏ ଏବଂ କେଉଁଠୁ ଆସିଲେ ତା ଜଣାପଡୁ ନାହିଁ। ସେ କୋଣାର୍କ ସିନେମା ହଲ ନିକଟ ରିଙ୍ଗ ରୋଡ଼ ପାଖରେ ଥିବା ବସ ରହଣୀ ସ୍ଥଳରେ ରହୁଥିଲେ। ତେବେ ମାନବଧିକାର କର୍ମୀଙ୍କ ଏହି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି।