ରାଉରକେଲା : ରାଉରକେଲା ରେ ବୃଦ୍ଧି ପାଉଛି ବେପରୁଆ ବାଇକ୍ ଚାଳନା।। ତରକେରା ମନ୍ଦିର ପାଖରେ ବାଇକ୍ – ବାଇକ୍ ଟକ୍କର ରେ ୩ ଗୁରୁତର।

0 142

ରାଉରକେଲା:୧୯/୧୦ (ସତ୍ୟାନ୍ୟୁଜ) ଏବେ ରାଉରକେଲା ସହରରେ କେତେକ ଯୁବକ ଏବଂ କିଶୋର ଦୃତ ଗତିରେ ବେପରୁଆ ବାଇକ୍ ଚଳାଉ ଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ସାଧାରଣ ଲୋକମାନେ ଗାଡ଼ିରେ ରାସ୍ତା
ସାଇଡ୍ ର ଯାଉଥିଲେ ମଧ୍ୟ ଏହି ବାଇକ୍ ଚାଳକ ଙ୍କ ଦୌରତ୍ମ ର ଶିକାର ହେଉଛନ୍ତି। ଆଜି ତରକେରା ଶିବ ମନ୍ଦିର ପାଖରେ ଦୁଇ ବାଇକ୍ ମଧ୍ୟରେ ଜୋରଦାର୍ ଟକ୍କର୍ ହେବାରୁ ୩ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ଅଣା ଯାଇଛି। ସେହିପରି ପାନପୋଷ ବ୍ରିଜ ଉପରେ ବୋଲେରୋ – ବାଇକ୍ ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର ଅଛନ୍ତି। ସୋମବାର ଦିନ କୋଏଲ ନଗର ଅଞ୍ଚଳରେ ଜଣେ ବେପରୁଆ ବାଇକ୍ ଚାଳକ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇ ଆଇଜିଏଚ ରେ ଚିକିତ୍ସିତ ଅଛନ୍ତି। ବେପରୁଆ ବାଇକ୍ ଚାଳନା ଉପରେ ନିୟନ୍ତ୍ରଣ ରଖିବାକୁ ପୋଲିସ୍ ଉଦ୍ୟମ କରିବା ଦରକାର ହୋଇ ପଡିଛି ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.