ରାଉରକେଲା : ଅନ୍ତର୍ଜାତୀୟ ସାଇବର ଠକ ଦମ୍ପତିଙ୍କୁ ଗିରଫ କଲା ରାଉରକେଲା ପୋଲିସ।। ପୂର୍ବରୁ ୮ ଜଣ ଠକଙ୍କୁ ଗିରଫ କରାଯାଇଥିଲା।। ଉଭୟ କୋଟି କୋଟି ଟଙ୍କା ଠକାମୀରେ ସଂଶ୍ଳିଷ୍ଟ।
ରାଉରକେଲା : ୨୫/୩ (ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଆନ୍ତର୍ଜାତୀୟ ସାଇବର ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଠକ ହରିଶ କୁରାପତି ଏବଂ ନାଗା ଭେଙ୍କଟ ସୌଜନ୍ୟ କୁରାପତି ସମ୍ପର୍କରେ ସ୍ୱାମୀ , ସ୍ତ୍ରୀ ବୋଲି ପୋଲିସ ପାଖରେ ସୂଚନା ରହିଛି। ଉଭୟ ସ୍ୱାମୀ , ସ୍ତ୍ରୀ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଥିବା ବେଳେ ହାରୀ ଏବଂ ଲିସା ନାମରେ ମଧ୍ୟ ପରିଚିତ ଥିଲେ। ଏହି ଠକ ଦ୍ୱୟ କାମ୍ବୋଡିଆରୁ ଅନ ଲାଇନରେ ଠକାମି କରୁଥିଲେ। ରାଉରକେଲା ପୋଲିସ ଉଭୟଙ୍କୁ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଏୟାରପୋର୍ଟରୁ ଗିରଫ କରିଥିଲେ। ପୂର୍ବରୁ ଜାନୁଆରୀ ମାସରେ ରାଉରକେଲା ପୋଲିସ ଏହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ। ଏହି ସମସ୍ତେ ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ୫ ରୁ ୬ କୋଟି ଟଙ୍କା ସାଇବର ଠକାମିରେ ସଂଶ୍ଳିଷ୍ଟ ଥିଲେ। ଏହି ରାକେଟରେ ସମୁଦାୟ ୧୬ ଜଣ ସଂଶ୍ଳିଷ୍ଟ ଥିବା ପୋଲିସ ଜାଣି ପାରିଛି। ଅନ୍ୟ ମାନଙ୍କୁ ଧରିବାକୁ କାମ୍ବୋଡିଆ ବିଦେଶ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଉଛି। ବିଭିନ୍ନ ଡେଟିଂ ଆପ୍ ରେ ଲୋଭନୀୟ ଇନଭେଷ୍ଟମେଣ୍ଟର ସ୍ୱପ୍ନ ଦେଖାଇ ଏହି ସଂସ୍ଥା ଠକୁ ଥିବା ଜଣା ପଡ଼ିଛି। ଏହି ଠକ ସଂସ୍ଥାର ବସ୍ ମାନେ ଚାଇନିଜ୍ ମୂଳବାସୀ ବୋଲି ଜଣା ପଡ଼ିଛି।