ରାଉରକେଲା : ୧୯ ନମ୍ୱର୍ ସେକ୍ଟର ଦକ୍ଷିଣ କାଳୀ ମନ୍ଦିରର ବାର୍ଷିକ ଉତ୍ସବ ପାଳନ।। ଆସନ୍ତାକାଲି କାଳୀ ପୂଜା ପାଇଁ ଚାଲିଛି ଆୟୋଜନ।

0 93

ରାଉରକେଲା:୧୯/୧୦
(ସତ୍ୟାନ୍ୟୁଜ) ଆସନ୍ତାକାଲି କାଳୀ ପୂଜା। ସହରର ବିଭିନ୍ନ ମନ୍ଦିର ଏବଂ ପେଣ୍ଡାଲ ରେ କାଳୀ ପୂଜା ପାଇଁ ଚାଲିଛି ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ୧୯ ନମ୍ୱର୍ ସେକ୍ଟର ସ୍ଥିତ ଦକ୍ଷିଣ କାଳୀ ମନ୍ଦିରର ବାର୍ଷିକ ଉତ୍ସବ ଆଜି ପାଳନ କରା ଯାଉଛି। ଏହି ଉପଲକ୍ଷେ ମନ୍ଦିର ପରିସରରେ ଆଜି ଯଜ୍ଞ , ହୋମ ଆଦି କରାଯାଇଥିବା ବେଳେ ୭ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରା ଯାଇଥିଲା। ଆସନ୍ତାକାଲି ମହା ସମାରୋହରେ କାଳୀ ପୂଜା ପାଳନ କରାଯିବ। ଏହି ପୂଜା ଉତ୍ସବରେ ବହୁ ସଂଖ୍ୟାରେ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ଯୋଗ ଦେବାକୁ ମା ଦକ୍ଷିଣ କାଳୀ ମନ୍ଦିର କମିଟି ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.