ସୁନ୍ଦରଗଡ଼ : ଘରୋଇ ହସ୍ପିଟାଲ ବନ୍ଦ କରିବାକୁ ନିର୍ଦ୍ଦେଶ।। ପ୍ରସବ ପାଇଁ ଆସିଥିବା ମହିଳାଙ୍କ ତ୍ରୁଟି ପୂର୍ଣ୍ଣ ଅପରେସନ ମାମଲା।

0 306

ସୁନ୍ଦରଗଡ଼:୫/୬(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ରେ ଥିବା ନ୍ୟୂ ଲାଇଫ୍ ମଲ୍ଟି ସ୍ପେଶିଆଲିଟି ହସପିଟାଲ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଏହି ନିର୍ଦ୍ଦେଶ ଦେଇଛନ୍ତି ସିଡିଏମଓ। ପ୍ରସବ ପାଇଁ ଅପରେସନ ସମୟରେ ଯାନ୍ତ୍ରିକ ତ୍ରୁଟି ଏବଂ ଡାକ୍ତର ଙ୍କ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ସମ୍ବେଦିନଶୀଳ ଅଙ୍ଗ ଜଳି ଯାଇଥିଲା। ଏ ବାବଦରେ ମହିଳାଙ୍କ ଅଭିଯୋଗ ଆଧାରରେ ଏକ ଯୁଗ୍ମ କମିଟି ଗଠନ କରା ଯାଇଥିଲା। ରିପୋର୍ଟ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ଟର ସୁରେଶ ଚନ୍ଦ୍ର ମହାନ୍ତି ଏହି ଘରୋଇ ହସ୍ପିଟାଲ କୁ ଆସନ୍ତା ୧୧ ତାରିଖରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ତ୍ରୁଟି ପୂର୍ଣ୍ଣ ଅପରେସନ ଅଭିଯୋଗରେ ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ଡାକ୍ତର ପୁଷ୍ପ ମିତ୍ର ଭିତିରିଆ ଙ୍କ ଘରୋଇ ଚିକିତ୍ସା ଅନୁମତି ରଦ୍ଦ କରାଯାଇଛି। ଅପରେସନ ରେ ସହଯୋଗ କରିଥିବା ଆୟୁଷ ଡାକ୍ତର ନିରଞ୍ଜନ ଦାସଙ୍କ ବିରୁଦ୍ଧରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏ ବାବଦରେ ଟାଉନ୍ ଥାନାରେ ପୀଡ଼ିତାଙ୍କ ପକ୍ଷରୁ ମଧ୍ୟ ଏକ ଏତେଲା ଦିଆ ଯାଇଥିଲା।

Leave A Reply

Your email address will not be published.