ରାଉରକେଲା : ଆରଜିଏଚ ସମ୍ପ୍ରସାରଣ ଲାଗି ୬୬୦ କୋଟିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।। ଡାକ୍ତରଖାନାକୁ ୮୦୦ ବେଡ଼ ଯୁକ୍ତ କରାଯିବ।

0 765

ରାଉରକେଲା : ୨/୩ (ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ଡାକ୍ତରଖାନାର ସମ୍ପ୍ରସାରଣ ଲାଗି ୬୬୦ କୋଟି ଟଙ୍କା ବିନିଯୋଗ କରାଯିବ। ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂଗ ମାଧ୍ୟମରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଛି। ପୂର୍ବରୁ ରାଉରକେଲା ସରକାରୀ ହସ୍ପିଟାଲରେ ୪୦୦ ବେଡ଼ ଥିଲା। ଏବେ ଏହାକୁ ବୃଦ୍ଧି କରାଯାଇ ୮୦୦ ବେଡ଼ ଯୁକ୍ତ କରାଯିବ। ଏହା ଛଡା କ୍ରିଟିକାଲ କେୟାର ସୁବିଧା ମଧ୍ୟ ରହିବ। ହସ୍ପିଟାଲରେ ନେଫ୍ରୋଲୋଜି , ନ୍ୟୁରୋଲୋଜି ବିଭାଗ ଖୋଲାଯିବା ନେଇ ସୂଚନା ରହିଛି।ଏଠାରେ ପରୀକ୍ଷା ସହ ଚିକିତ୍ସା ବ୍ୟବସ୍ଥା ରହିବ। ଶିଳାନ୍ୟାସ ଉପଲକ୍ଷେ ଅୟୋଜିତ କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ , ଆର ଜି ଏଚ ନିର୍ଦେଶକଙ୍କ ସମେତ ସହରର ବହୁ ଜନ ସାଧାରଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.