ରାଉରକେଲା : ୨/୩ (ସତ୍ୟାନ୍ୟୁଜ) କୁହାଯାଏ ରାଗ ବ୍ରହ୍ମ ଚଣ୍ଡାଳ। କୁଆରମୁଣ୍ଡା ବ୍ଲକ ର ଜଲଙ୍ଗବିରା ପଞ୍ଚୟତ ରେ ଘଟି ଥିବା ଏକ ହତ୍ୟାକାଣ୍ଡ ଏହାର ଉଦାହରଣ। ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀକୁ ପିଟିପିଟି ମାରି ଦେଇଛି। ପୋଲିସ ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି। ବିରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତରେ ସାମୁଏଲ ସୋରେନଙ୍କ ତାଙ୍କ ସ୍ତ୍ରୀ ଫୁଲମଣିଙ୍କ ସହ ଆଜି ସକାଳେ କୌଣସି କାରଣରୁ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସାମୁଏଲ ସ୍ତ୍ରୀ ଫୁଲମଣିଙ୍କୁ ଏକ ବାଡ଼ିରେ ପିଟି ପିଟି ମାରି ଦେଇଥିଲା। ଖବର ମିଳିବା ପରେ ବିରମିତ୍ରପୁର ଏସଡିପିଓ ସୁଶାନ୍ତ କୁମାର ଦାଶ , କୁଆରମୁଣ୍ଡା ଫାଣ୍ଡି ଅଧିକାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଅଭିଯୁକ୍ତ ପତ୍ନୀ ହନ୍ତା ସ୍ୱାମୀ ସାମୁଏଲକୁ ଗିରଫ କରାଯାଇଛି।