ରାଇରଙ୍ଗପୁର : ଟାଟାନଗର- ବାଦାମ ପାହାଡ଼ ମେମୁ ରେଳ ସେବାର ଶୁଭାରମ୍ଭ।। ସବୁଜ ପତାକା ହଲାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ।
ରାଇରଙ୍ଗପୁର : ୧/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ ଆଭାସୀ ମାଧ୍ୟମରେ ଝାଡଖଣ୍ଡ ସିନ୍ଦରି ଠାରୁ ଟାଟାନଗର- ବାଦାମପାହାଡ ମେମୁ ରେଳସେବାର ଶୁଭାରମ୍ଭ କରିଛନ୍ତି। ଏହା ସହ ଆଉ ଦୁଇଟି ମାଲଗାଡିକୁ ମଧ୍ୟ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ | ଏହି ତିନୋଟି ଟ୍ରେନ୍ ଶୁଭାରମ୍ଭ ଫଳରେ ଭାରତର ଅର୍ଥନୀତି, ବେପାର ବାଣିଜ୍ୟରେ ଉନ୍ନତି ହେବା ସହ ଭାରତ ଇତିହାସରେ ନୂଆ ଯୁଗର ଅୟମାରମ୍ଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବାମନଘାଟୀ ଉପଖଣ୍ଡ ବାଦାମପାହାଡ ରେଳ ଷ୍ଟେସନ ନିକଟରେ ଏକ ସଭାର ଆୟୋଜନ କରା ଯାଇଥିଲା | ଏଥିରେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଓ ବିଜେପି ରାଜ୍ୟ ସଂପାଦକ ନବୀନ ରାମ ପ୍ରମୁଖ ଉପସ୍ଥିତ ରହିଥିଲେ।
ଅତିଥିଗଣ ନୂଆ ରେଳ ଶୁଭାରମ୍ଭରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ ଦେବା ସହିତ ଭାରତ ପ୍ରଗତି କ୍ଷେତ୍ରରେ ନୂଆ ରାହା ସୃଷ୍ଟି ହେବ ବୋଲି କହିଥିଲେ | ଏହି ଭବ୍ୟ ସଭାକୁ କାର୍ଯ୍ୟାଳୟ ଅଧ୍ୟକ୍ଷକ ହରିହର ସେଠୀ ପରିଚାଳନା କରିଥିଲେ | ଦୀର୍ଘଦିନ ଧରି ରାଇରଙ୍ଗପୁର ବାସୀମାନଙ୍କର ଦାବୀ ରହିଆସୁଥିଲା ସଂନ୍ଧ୍ୟାବେଳା ଟାଟାରୁ ବାଦାମପାହାଡକୁ ଏକ ରେଳ ଚଳାଚଳ ହେଉ, ଯଦ୍ବାରା ଲୋକେ ଦିନରେ କାମସାରି ସଂନ୍ଧ୍ୟା ବେଳା ଫେରି ଆସିପାରିବେ | ତାହା ଆଜି ପୂରଣ ହୋଇପାରିଥିବାରୁ ରାଇରଙ୍ଗପୁର ବାସୀ ଅତିଆନନ୍ଦିତ ହୋଇଥିବା ଜଣାପଡିଛି।
ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ