ରାଉରକେଲା : ମାର୍ଚ୍ଚ ୩ ତାରିଖ ପରିବର୍ତ୍ତେ ମାର୍ଚ୍ଚ ୨୩ ତାରିଖରେ ରାଉରକେଲା ଦିବସ ପାଳନ ହେବ।। ଆୟୋଜକ କାନଭାସ୍ ପକ୍ଷରୁ ସୂଚନା।

0 574

ରାଉରକେଲା : ୨/୩ (ସତ୍ୟାନ୍ୟୁଜ) ରାଉରକେଲା ଦିବସ ପାଳନ ମାର୍ଚ୍ଚ ୩ ତାରିଖ ପରିବର୍ତ୍ତେ ମାର୍ଚ୍ଚ ୨୩ ତାରିଖରେ ପାଳନ କରାଯିବ। କେତେକ ଅନିବାର୍ଯ୍ୟ କାରଣ ବଶତଃ ଆୟୋଜକ କାନଭାସ୍ ଅନୁଷ୍ଠାନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ କାନ୍‌ଭାସ୍‌ ପକ୍ଷରୁ ରାଉରକେଲା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ପ୍ରସ୍ତୁତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ମାଟ୍ରିକ୍‌ ଏବଂ ଅନ୍ୟାନ୍ୟ ପରୀକ୍ଷା ଥିବାରୁ ଏହି ଦିବସ ପାଳନ ୩ ତାରିଖ ବଦଳରେ ୨୩ ତାରିଖରେ ପାଳନ ହେବ ବୋଲି କାନ୍‌ଭାସ୍‌ର ଆବାହକ ସୁରେଶ ପ୍ରଧାନ କହିଛନ୍ତି।

ସେହିପରି ସୂଚନା ମୁତାବକ ୩ ତାରିଖ ସନ୍ଧ୍ୟାରେ ପୂର୍ବ ବର୍ଷ ଭଳି ରାଉରକେଲା ସହରର ରିଙ୍ଗ୍‌ରୋଡ୍‌କୁ ଆଲୋକିତ କରାଯିବ। ଏହା ସହ ସେହିଦିନ ସକାଳେ ଏକ ମାରାଥନ୍ ଦୌଡ଼ର କାର୍ଯ୍ୟକ୍ରମ କରାଯିବ। ମାରାଥନ୍‌ରେ ସହରର ବିଭିନ୍ନ ବର୍ଗର ଯୁବକ ଓ ଛାତ୍ରମାନେ ଭାଗ ନେବେ।

Leave A Reply

Your email address will not be published.