ରାଉରକେଲା : ୩/୧ (ସତ୍ୟାନ୍ୟୁଜ) ରାଉରକେଲାରେ ଚାଲିଛି ଏକ ବଡ ଧରଣର ଇଡି ରେଡ୍। ରାଉରକେଲା ସହ ବଡ଼ବିଲ , ଭୁବନେଶ୍ୱର , କୋଲକାତା ଆଦି ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।
ଆଜି ସକାଳେ ଇଡି ଟିମ୍ ସହରର ପ୍ରମୁଖ ବ୍ୟବସାୟୀ ତଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମୱାଲା ଅଫିସ ଏବଂ ଘରେ ରେଡ୍ ଆରମ୍ଭ କରିଛନ୍ତି। ଅନ୍ୟୁନ ୮ଟି ଜାଗାରେ ରେଡ ଚାଲିଥିବା ଜଣା ପଡିଛି। ଖଣି ପ୍ରସଙ୍ଗରେ ଏହି ଚଢ଼ାଉ ଚାଲିଥିବା ଅନୁମାନ କରାଯାଉଛି।
ଅଜୟ କଦମୱାଲା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ବହୁ ବ୍ୟବସାୟରେ ବି ସେ ସଂପୃକ୍ତ।
ଭୁବନେଶ୍ୱର ଓ ରାଞ୍ଚିରୁ ଟିମ୍ ଆସି ପହଞ୍ଚିଥିବା ବେଳେ ୨୦ରୁ ଅଧିକ ଅଫିସର ରେଡ୍ ରେ ସାମିଲ ଅଛନ୍ତି। ଚଢ଼ାଉରେ ସମସ୍ତ ସ୍ଥାନରେ ସିଆରପିଏଫ ମୁତୟନ ହୋଇଛନ୍ତି।