ବାରିପଦା : ୨୯/୨ (ସତ୍ୟାନ୍ୟୁଜ) ( ଶ୍ୟାମଳେନ୍ଦୁ ପରିଡ଼ା) ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଦିନ ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଏପରି ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ପୋଲିସ ଥାନାର ବାଲିଯୋଡ଼ା ଛକରେ | ସୂଚନା ଅନୁଯାୟୀ ଗୁଡ଼ିଆଲବନ୍ଧର ଦୁଇ ଯୁବକ ଏକ ବାଇକ ରେ କେରକ ଆଡକୁ ଯାଉଥିବା ବେଳେ ବିପରୀତ ପଟୁ ସ୍କୁଟିରେ ଆସୁଥିବା ଯୁବକ ଜଣକ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ହୋଇଥିଲା ଯେ ସ୍କୁଟି ଏବଂ ବାଇକ ସମ୍ପୂର୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା। ଘଟଣା ସ୍ଥଳରେ ତିନି ଯୁବକଙ୍କ ପ୍ରାଣବାୟୁ ଉଡିଯାଇଥିଲା।
ମୃତକଙ୍କ ମଧ୍ୟରୁ ଦୁଇଜଣ ଗୁଡ଼ିଆଲବନ୍ଧ ର ଆକାଶ ବିନ୍ଧାଣି ଓ ଲକ୍ଷ୍ମଣ ସିଂ ହୋଇଥିବା ବେଳେ ଜଣେ ଜଦୁନାଥପୁର ଅଂଚଳର ରାଜେନ ସିଂ ବୋଲି ଜଣାପଡିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି।
ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ