ରାଉରକେଲା : ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ।। ପ୍ରଥମ ପର୍ଯ୍ୟାୟରେ ରାଉରକେଲାରେ ୪ହଜାର ୭ଶହ ଜଣଙ୍କୁ ଦିଆଗଲା ଜମି ପଟ୍ଟା।

0 1,557

ରାଉରକେଲା : ୨୯/୨ (ସତ୍ୟାନ୍ୟୁଜ) ରାଉରକେଲାରେ ବସ୍ତି ବାସିନ୍ଦାଙ୍କୁ ମିଳିଛି ଭୂମି ଅଧିକାର। ଦୀର୍ଘ ବର୍ଷ ଧରି ସରକାରୀ ଜମିରେ ରହୁଥିବା ୪ ହଜାର ୭୦୦ ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନ ଜରିଆରେ ଆଜି ମିଳିଛି ଜମି ଅଧିକାର। ବିରସା ମୁଣ୍ଡା ଷ୍ଟାଡିଅମ ନିକଟରେ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରନେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିଛନ୍ତି ଏହି ଜମି ଅଧିକାର ପ୍ରମାଣପତ୍ର। ଏହି ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଶ୍ରାମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ , ଜିଲ୍ଲାପାଳ ପରାଗ ହର୍ଷଦ ଗଭାଲୀ , ରାଉରକେଲା ମହାନଗର ନିଗମ କମିଶନର ଆଶୁତୋଷ କୂଲକର୍ଣ୍ଣି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.