ରାଉରକେଲା : ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରପଡି ଗିରଫ ହେଲେ ଇ ଏସ୍ ଆଇ ସି ସିନିଅର ଆସିଷ୍ଟାଣ୍ଟ।
ରାଉରକେଲା : ୨୯/୨ (ସତ୍ୟାନ୍ୟୁଜ) ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହେଲେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ । ଜଣେ ଦୁର୍ଘଟଣା ଗ୍ରସ୍ତ ହିତାଧିକାରୀଙ୍କ ଠାରୁ ଆଜି ସକାଳୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲେ ଭିଜିଲାନ୍ସ ବିଭାଗ ଅଧିକାରୀ । ୨୦୨୦ ମସିହାରେ ବିଶ୍ଵନାଥଙ୍କ ସିଂ ନାମକ ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହି ବାବଦକୁ ବିଶ୍ଵନାଥଙ୍କୁ
ଇ ଏସ୍ ଆଇ ସି ପକ୍ଷରୁ ୯୬ ହଜାର ଟଙ୍କା ମିଳିବାର ଥିଲା। ବାରମ୍ବାର ଦୌଡ଼ିବା ସ୍ଵତ୍ତ୍ୱେ ବିଲ ପାସ୍ କରୁ ନଥିଲେ ଇ ଏସ୍ ଆଇ ସି ସିନିଅର୍ ଆସିଷ୍ଟାଣ୍ଟ ଅଭିରାମ ସାହୁ। ବିଲ୍ ପାସ କରିବା ପାଇଁ ବିଶ୍ୱନାଥଙ୍କୁ ୧୦ ହଜାର ଟଙ୍କା ଦାବି କରିଥିଲେ ଅଭିରାମ। ଆଜି ସକକେ ଅଭିରାମ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ଅଭିରାମଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରିଛନ୍ତି। ଏହା ସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଧ୍ୟ ଶ୍ରୀ ସାହୁଙ୍କ ଦୁଇଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।