ରାଇରଙ୍ଗପୁର : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମା’ କୀଚକେଶ୍ୱରୀ ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ।। ଆଳତି ସହ ପ୍ରସାଦ ସେବନ କଲେ ରାଷ୍ଟ୍ରପତି।

0 392

ରାଇରଙ୍ଗପୁର : ୩୯/୨ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡ଼ା) ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ଦୂତୀୟ ଦିନ। ରାଷ୍ଟ୍ରପତି ଆଜି କେନ୍ଦୁଝର ଏବଂ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୪ ଦିନିଆ ଓଡିଶା ଗସ୍ତରେ ଆସି ରାଷ୍ଟ୍ରପତି ତୃତୀୟ ଥର ପାଇଁ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାକୁ ଆସିଥିଲେ । ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ଯୋଗେ ଗତକାଲି ନୂଆଦିଲ୍ଲୀରୁ ଝାଡ଼ଖଣ୍ଡର ରାଞ୍ଚି ବିମାନ ବନ୍ଦର ପହଞ୍ଚିଥିଲେ। ପରେ ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକ୍ୟାପ୍ଟରରେ ଆସି ଅପରାହ୍ନ ୨.୩୦ମିନିଟ ସମୟରେ ଖିଚିଂ ନିକଟ ପାଣ୍ଡରଶିଳ ଗାଁରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ। ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଥମେ ଖିଚିଂ ମନ୍ଦିରରେ ମା’ କୀଚକଶ୍ୱରୀଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ ।
ପରେ ହେଲିକ୍ୟାପ୍ଟର ଯୋଗେ ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ। ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ହଲିଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ରାଇରଙ୍ଗପୁରରେ ୨୨୦ ନଂ ଜାତୀୟ ରାଜପଥ ଉପରେ ଦୁଇଲେନ ବିଶିଷ୍ଟ ବାଇପାସ ରୋଡ଼ ନିର୍ମାଣ, ରାଇରଙ୍ଗପୁରରୁ ଯଶୀପୁର ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ, ବାଇଦାପୋଷି ସ୍ଥିତ ସ୍ପୋର୍ଟ କମ୍ପ୍ଲେକ୍ସ ଓ ଆଦିବାସୀ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ ଏବଂ ବଡ଼ସାହି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଉଦଘାଟନ ଭରଚୁଆଲ ମୋଡ଼ରେ କରିଥିଲେ। ସେଠାରୁ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନରେ ପହଞ୍ଚି ସେଠାରେ ସମ୍ପର୍କୀୟ ଓ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ରାଷ୍ଟ୍ରପତି ରାଇରଙ୍ଗପୁର ନିଜ ଘରେ ରାତ୍ରିଭୋଜନ ସହିତ ବିଶ୍ରାମ ନେଇଥଲେ।

ମୟୁରଭଞ୍ଜ ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡା ଙ୍କ ରିପୋର୍ଟ

Leave A Reply

Your email address will not be published.