ସୁନ୍ଦରଗଡ : ଟ୍ରକ ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ।। କ୍ଷତିପୂରଣ ଏବଂ କୋଇଲା ବୋଝେଇ ଟ୍ରକ ଚଳାଚଳ ବନ୍ଦ ଦାବିରେ ରାସ୍ତା ଅବରୋଧ।
ସୁନ୍ଦରଗଡ : ୨୭/୨ (ସତ୍ୟାନ୍ୟୁଜ) ଲେଫ୍ରିପଡ଼ା ଥାନା ଢେଲସରା ଗାଁ ର ଯୁବକ ଅର୍ମାନ ରାୟ। ଏବେ ଦେଉଥିଲା ମାଟ୍ରିକ ପରୀକ୍ଷା। ଗରିବ ଘରର ପିଲା। ନିଜେ କିଛି କିଛି ରୋଜଗାର କରି ପାଠ ପଢୁ ଥିଲା। କାଲି ସକାଳ ପୁଣି ଯାଇଥାନ୍ତା ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ।
ପାଠ ପଡ଼ିବା ସହିତ ଛୋଟ ମୋଟ ରୋଜଗାର କରି ନିଜ ପାଠ ପଢା ଖର୍ଚ୍ଚ ବାହାର କରିବା ସହିତ ପରିବାର ପାଇଁ ଦି ମୁଠା ଅନ୍ନ ଯୋଗାଡ କରୁଥିଲା । ଆଜି ମଧ୍ୟ ସକାଳୁ ବାହାରି ଥିଲା ରୋଜଗାର କରିବା ପାଇଁ ହେଲେ ବିଧି ର ବିଧାନ ଥିଲା କିଛି ଅଲଗା । ଅକାଳ ମୃତ୍ୟୁ ଯେପରି ବାଟ ଜଗି ବସିଥିଲା। ସଦର ଥାନା ଚକ୍ରାମାଲ ନିକଟ ରେ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା। ଘଟଣା ସ୍ଥଳ କାନ୍ଦ ବୋବାଳିରେ ଫାଟି ପଡୁଥିବା ବେଳେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ଉକ୍ତ ରାସ୍ତାରେ କୋଇଲା ବୋଝେଇ ଟ୍ରକ ଚଳାଚଳ ବନ୍ଦ ଦାବି କରାଯାଇଛି।