ରାଇରଙ୍ଗପୁର : ଅମୃତ ଭାରତ ଷ୍ଟେସନ ଯୋଜନାରେ ରାଇରଙ୍ଗପୁର ସାମିଲ।। ଯାତ୍ରୀ ମାନଙ୍କୁ ଉନ୍ନତମାନର ସେବା ଯୋଗାଇ ଦିଆଯିବ।

0 358

ରାଇରଙ୍ଗପୁର : ୨୬/୨ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭିଡିଓ କନଫେରେନସିଂ ମାଧ୍ୟମରେ ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ୫୫୧ଟି ରେଳଷ୍ଟେସନର ଶିଳାନ୍ୟାସ କରିଛନ୍ତି। ଏହା ସହ ୧୫୦୦ ଓଭର ବ୍ରିଜ୍ ଏବଂ ଅଣ୍ଡର ବ୍ରିଜ୍ ର ଶିଳାନ୍ୟାସ ମଧ୍ୟ କରାଯାଇଛି। ଓଡିଶାର ୨୧ଟି ରେଳଷ୍ଟେସନ ଗୁଡିକୁ ପୁନଃବିକାଶ ନିମନ୍ତେ ଶିଳାନ୍ୟାସ କରାଯାଇଛି। | ଏଥିରେ ରାଇରଙ୍ଗପୁର ରେଳଷ୍ଟେସନକୁ ମଧ୍ୟ ସାମିଲ କରାଯାଇଛି। ଏହାଦ୍ବାରା ରେଳଷ୍ଟେସନର ବିକଶିତ କରାଯିବା ସହ ଯାତ୍ରୀ ମାନଙ୍କୁ ବିଭିନ୍ନ ଅତ୍ୟାଧୁନିକ ସେବା ଯୋଗାଇ ଦିଆଯାଇ ପାରିବ।

ଲୋକମାନଙ୍କର ମୌଳିକ ସମସ୍ୟା ପାଣି ଠାରୁ ଆରମ୍ଭ କରି ବସିବାର ବ୍ୟବସ୍ଥା, ୱାଟିଙ୍ଗ ସେଟ୍ ତଥା ସ୍ବଛତା ଉପରେ ଗୁରୁତ୍ୱ ଦେବାର ଯୋଜନା ରହିଛି |

ସୂଚନାଯୋଗ୍ୟଯେ , ଆଗାମୀ ଦିନରେ ବାଦାମପାହାଡରୁ କେନ୍ଦୁଝର ଓ ଗୋରୁମହିଷାଣୀ ରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ରେଳଲାଇନ ସମ୍ପ୍ରସାରଣ ହେବ। ଏହାଦ୍ବାରା ଯୋଗାଯୋଗ ଓ ବେପାର ବାଣିଜ୍ୟରେ ଉନ୍ନତି ସାଧିତ ହେବ।

ରାଇରଙ୍ଗପୁର ରେଳ ଷ୍ଟେସନ ନିକଟରେ ହୋଇଥିବା ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ରାଜ୍ୟ ସଂପାଦକ ନବୀନ ରାମ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ, ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଃ, ରେଲୱେ ବୋର୍ଡ ସିନିୟର ଡିଏମଏମ ଅଶ୍ବିନୀ କୁମାର, ଡିଏମପି ଟାଟା ପ୍ରଦୀପ କୁମାର ଗୁପ୍ତା, ଏପିଓ ଶ୍ରୀ ଶଙ୍ଖାଇ ହେମ୍ବ୍ରମ ଓ କମରସିଆଲ ଇନିସପେକ୍ଟର ସନ୍ତୋଷ ବାବୁ ପ୍ରମୁଖ ଉପସ୍ଥିତ ରହି ଅମୃତ ରେଳଷ୍ଟେସନକୁ ଶୁଭ ଉଦଘାଟନ କରିଥିଲେ | ଉପସ୍ଥିତ ଅତିଥିଗଣ ରେଳ ଉପରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ | ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଭିତରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ |ଏହି ଭବ୍ୟ ସଭାକୁ କାର୍ଯ୍ୟାଳୟ ଅଧ୍ୟକ୍ଷକ ହରିହର ସେଠୀ ପରିଚାଳନା କରିଥିଲେ | ଉକ୍ତ ବୈଠକରେ ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ,ବିଜେପି ବରିଷ୍ଠନେତା ବିଜୁ ଗୋପାଳ ଗୋପ, ବିଜେପି ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ପୂର୍ବତନ ଜିଲ୍ଲାପରିଷଦ ଜଲେନ ବାର୍ଦ୍ଦା, ବିଜେପି କର୍ମକର୍ତ୍ତାଗଣ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ,ଶିକ୍ଷକ ରଂଜନ କୁମାର ନନ୍ଦ, ମାନ୍ୟଗଣ୍ୟବ୍ୟକ୍ତିବୃନ୍ଦ ତଥା ସ୍ଥାନୀୟ ଅଞ୍ଚଳର ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |

ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.