ବଣାଇ : ବରସୁଆଁ ତଳ ବଜ଼ାର ନିକଟରେ ଟ୍ରକ ଧକ୍କାରେ ବାପା , ମାଙ୍କ ସମ୍ମୁଖରେ ୪ ବର୍ଷ ବାଳକର ମୃତ୍ୟୁ।। ଘଟଣା ସ୍ଥଳରେ ଉତ୍ତେଜନା।
ବଣାଇ : ୨୭/୨ (ସତ୍ୟାନ୍ୟୁଜ) ଏକ ଦୁଃଖଦ ଘଟଣାରେ ବାପା ମା ଙ୍କ ସମ୍ମୁଖରେ ଟ୍ରକ ମାଡି ଯିବାରୁ ୪ ବର୍ଷ ବାଳକର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀ ପଡା ଥାନାର ବରସୁଆଁ ତଳ ବଜାର ନିକଟରେ ବାପା, ମା ସହିତ ଚାରି ବର୍ଷର ବାଳକ ଚାଲି ଚାଲି ଯାଉ ଥିବା ବେଳେ ଟ୍ରକଟି ପିଲା ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ପିଲାଟିର ମୃତ୍ୟୁ ଘଟିଥିଲା। ମଙ୍ଗଳବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।