ମୟୁରଭଞ୍ଜ : ବିଦୁ ଚାନ୍ଦନ ସ୍ପୋର୍ଟିଂ କ୍ଲବର ୭୨ତମ ବାର୍ଷିକ କ୍ରୀଡା ଓ ଲୋକନୃତ୍ୟ ପ୍ରତିଯୋଗୀତା ଉଦଯାପିତ।।

0 292

ମୟୁରଭଞ୍ଜ : ୨୬/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ବ୍ରାହ୍ମଣବୋଷ ଠାରେ ବିଦୁଚାନ୍ଦନ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୭୨ତମ ବାର୍ଷିକ କ୍ରୀଡା ଓ ଲୋକନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ଦ୍ବିଦିବସୀୟ ପ୍ରତିଯୋଗୀତା ଫେବୃୟାରୀ ୨୪ ଓ ୨୫ ତାରିଖରେ ହୋଇଥିଲାO | ୨୪ ତାରିଖରେ ବୟସ୍କ- କାଣ୍ଡବିନ୍ଧା, ବାଳକ- ୪୦୦ ମିଟର ଦୌଡ, ଅଙ୍କକଷା, ବାଳିକା- ୩୦୦ ମିଟର ଦୌଡ, ଅଙ୍କକଷା, ବଲ ପାସ ଖେଳ ହୋଇଥିଲା । ୨୫ ତାରିଖରେ ବୟସ୍କ-୧୦୦୦ ମିଟର ଦୌଡ, ମହିଳା- ବରହେଇ ଟଣା, କେଣ୍ଡେଲ ଧରି ଦୌଡ, ବଲ ପାସ ଖେଳ, ଛୁଂଚିରେ ସୂତା ପୂରେଇବା ,ଶିଶୁ ବାଳକବାଳିକା- ୨୦୦ ମିଟର ଦୌଡ ପ୍ରତିଯୋଗିତା ଅୟୋଜିତ ହୋଇଥିଲା। ଏହା ସହ ଆଦିବାସୀ ଲୋକନୃତ୍ୟ ବୁଢୀଗାଳି ଓ ଡ୍ରାମାଗାଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପୁରସ୍କାର ବିତରଣୀ ପର୍ବରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦା, ଗମ୍ଭାରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ବଦାହି ହାଁସଦା, ଜିଲ୍ଲାପରିଷଦ ସୂର୍ଯ୍ୟମଣି ହାଁସଦା , ପଞ୍ଚାୟତ ସମିତି ସଭ୍ୟା ସୁକାନ୍ତି ପାତ୍ର, ସମ୍ମାନିତ ଅତିଥି ପୂର୍ବତନ ସହ ସେକସନ ଅଫିସର କରନ ବାସ୍କେ, ପୂର୍ବତନ କର୍ମଚାରୀ ଏସବିଆଇ ଗୌରା ମାଝୀ, ପୂର୍ବତନ କର୍ମଚାରୀ ଓଲ ଇଣ୍ଡିଆ ରେଡିଓ ଧନଞ୍ଜୟ ହାଁସଦାଃ ଓ ଉପଦେଷ୍ଟା ମୋତିଲାଲ ପାତ୍ର ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ସୁନା ଓ ରୂପାର ଅଳଙ୍କାର ଦେଇ ପୁରସ୍କୃତ କରିଥିଲେ | ଉକ୍ତ ଭବ୍ୟ ସଭାକୁ ଭାଷ୍ୟକାର ମନମୋହନ ପରମାଣିକ ଓ ଦୁର୍ଗାଚରଣ ମହାନ୍ତ ପରିଚାଳନା କରିଥିଲେ | ଏହି କ୍ରୀଡା ଉତ୍ସବରେ ବିଦୁଚାନ୍ଦନ ସ୍ପୋର୍ଟିଂ କ୍ଲବର ସଭାପତି ପୃଥିରାଜ ଟୁଡୁ, ସଂପାଦକ ଗୋଦାଧର ବେହେରା, ଉପସଭାପତି ରିଙ୍କୁ ଖିଲାର , ସହସଂପାଦକ ବିଜୁ ମାଝୀ, କୋଷାଧ୍ୟକ୍ଷ ରାଜେଶ କୁମାର ପାତ୍ର , ବବିଲି ହେମ୍ବ୍ରମ , ଉପଦେଷ୍ଟା ଧନୁର୍ଦ୍ଦର ହାଁସଦାଃ, ରାମରାୟ କିସ୍କୁ, ମୋନଜ ବେହେରା, ଲକ୍ଷ୍ମୀକାନ୍ତ ବେହେରା, ଦେବେନ୍ଦ୍ର ନାଥ ଦାସ, ଗୌର ପରମାଣିକ ଓ ମୋତିଲାଲ ସର୍ଦ୍ଧାର ତଥା ଅନ୍ୟମାନେ ଯୋଗ ଦେଇ କ୍ରୀଡା ଓ ଲୋକନୃତ୍ୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଉକ୍ତ ବାର୍ଷିକ ପ୍ରତିଯୋଗିତାରେ ସ୍ଥାନୀୟ ତଥା ଦୂରଦୁରାନ୍ତର ରୁ ଲୋକ ସମାଗମ ହୋଇଥିଲା।
ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.