ରାଉରକେଲା : ବ୍ଲକ ସ୍ତରୀୟ ସାଂସ୍କୃତିକ ତଥା ବାଦ୍ୟଯନ୍ତ୍ର , କ୍ରୀଡା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅୟୋଜିତ।। ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ।

0 373

ରାଉରକେଲା : ୨୬/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ବ୍ଲକ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଜନଜାତି ସାଂସ୍କୃତିକ ନୃତ୍ୟ ଆଭୂଷଣ , ବାଦ୍ୟଯନ୍ତ୍ର , କ୍ରୀଡା ସାମଗ୍ରୀ ବଣ୍ଟନ ସମାରୋହ ଅୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ , ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ , ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ , ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ ପ୍ରମୁଖ ଯୋଗ ଦେଇଥିଲେ। ଉଦିତନଗର ପ୍ୟାରେଡ଼ ପଡ଼ିଆରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି , ବିରମିତ୍ରପୁର , ବଣାଇ ଆଦି ନିର୍ବାଚନ ମଣ୍ଡଳୀରୁ ଲୋକମାନେ ଯୋଗ ଦେଇଥିଲେ। କୀର୍ତ୍ତନ ମଣ୍ଡଳୀକୁ ବାଦ୍ୟଯନ୍ତ୍ର , ଯୁବକ ମାନଙ୍କୁ କ୍ରୀଡା ସାମଗ୍ରୀ ଆଦି ବଣ୍ଟନ କରାଯାଇଥିଲା। ଶେଷରେ କଳାକାର ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply

Your email address will not be published.