ବଣାଇ : ପାଖେଇ ଆସୁଛି ସାଧାରଣ ନିର୍ବାଚନ।। ବଣାଇରେ ସିପିଏମ୍ ର କର୍ମୀ ସମ୍ମିଳନୀ।। ଲକ୍ଷ୍ମଣ ମୁଣ୍ଡା ପୁନ୍ନ ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ।

0 323

ବଣାଇ : ୨୮/୧ ( ସତ୍ୟାନ୍ୟୁଜ) ସାଧାରଣ ନିର୍ବାଚନ ଏବଂ ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ରାଜନୈତିକ ଗତିବିଧି ସକ୍ରିୟ ହୋଇ ଉଠିଛି। ରବିବାର ଦିନ ବଣାଇ ବିଧନସଭା ନିର୍ବାଚନ ମଣ୍ଡଳୀରେ ସିପିଆଇଏମ୍ ର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ବିଧାନସଭା ନିର୍ବାଚନରେ ଏବେକାର ବିଧାୟକ ଲକ୍ଷ୍ମଣ ମୁଣ୍ଡା ପୁଣି ସିପିଏମ୍ ଦଳରୁ ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି। ୨୦୨୪ ବିଧାନସଭା ନିର୍ବାଚନରେ ସିପିଆଇଏମ୍ ଦଳ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା କିପରି ପୁନ୍ନ ନିର୍ବାଚିତ ହେବେ ସେ ବାବଦରେ ଆଲୋଚନା ହୋଇଥିଲା। ଦଳୀୟ କାର୍ଯ୍ୟାଳୟରେ ଅୟୋଜିତ ଏହି କର୍ମୀ ସମ୍ମିଳନୀରେ କ୍ରମେଡ଼ ଅନିରୁଦ୍ଧ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, ବିଭିନ୍ନ ବ୍ଲକ ର ସଭାପତି, ସରପଞ୍ଚ, ସମିତି ସଭ୍ୟ ଏହି ସଭାରେ ଯୋଗ ଦେଇଥିଲେ। ବଣାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ବସନ୍ତ ନାୟକ ଆଜି ଦଳରେ ସାମିଲ ହୋଇଥିବା ନେଇ ସିପିଏମ୍ ସମ୍ପାଦକ ପ୍ରମୋଦ ସାମଲ ଘୋଷଣା କରିଥିଲେ।

Leave A Reply

Your email address will not be published.