ସୁନ୍ଦରଗଡ : କ୍ଷତିପୂରଣ ଦାବିରେ ରାସ୍ତାରେ ମୃତ ଦେହ ରଖି ବିଜୁ ଏକ୍ସପ୍ରେସୱେ ଅବରୋଧ।। ରାଉରକେଲା ଏବଂ ଝାରସୁଗୁଡାକୁ ଯାତାୟାତ ପ୍ରଭାବିତ।

0 605

ସୁନ୍ଦରଗଡ : ୨୭/୧ (ସତ୍ୟାନ୍ୟୁଜ) ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ। ମୃତ ଦେହକୁ ରାସ୍ତାରେ ରଖି ବିଜୁ ଏକ୍ସପ୍ରେସୱେ କୁ ଅବରୋଧ କଲେ ଗ୍ରାମବାସୀ। ସୁନ୍ଦରଗଡ ଟାଉନ ଥାନା ପଣ୍ଡରିଢ଼ିପା ଠାରେ ବିଜୁ ଏକ୍ସପ୍ରେସୱେ ଅବରୋଧ କରା ଯାଇଥିବାରୁ ରାଉରକେଲା ଏବଂ ଝାରସୁଗୁଡାକୁ ଯାନ ବାହାନ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଗତକାଲି ଏକ ଅଜଣା ଗାଡି ଧକ୍କାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇ ରାଉରକେଲା ଜେପି ହସ୍ପିଟାଲରେ ଚିକିତ୍ସିତ ଥିଲେ । ଆହତଙ୍କ ମଧ୍ୟରୁ ଆଜି ଜଣଙ୍କର ମୃତ୍ୟୁ ହୋଇଯିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସ୍ଥାନୀୟ ଗ୍ରାମବାସୀ ରାସ୍ତାରେ ମୃତ ଦେହ ରଖି ଟାୟାର ଜାଳି ରାଜପଥ ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଂଚି ଲୋକ ଙ୍କୁ ବୁଝାସୁଝା କରିଛନ୍ତି ।

Leave A Reply

Your email address will not be published.