ବଣାଇ : ବାବୁ ନୂଆଗାଁ ସେବାଶ୍ରମ ସ୍କୁଲର ୩୦ ଛାତ୍ରୀ ଅସୁସ୍ଥ।। ଫୁଡ଼ ପଏଜନ ଯୋଗୁଁ ଏପରି ହୋଇଥିବା ସନ୍ଦେହ।। ଚିକିତ୍ସା ପରେ ସମସ୍ତେ ସୁସ୍ଥ।

0 451

ବଣାଇ : ୨୮/୧ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ସେବାଶ୍ରମ ସ୍କୁଲର ୩୦ ଜଣ ଛାତ୍ରୀ ହଠାତ ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀ ସୁସ୍ଥ ହୋଇ ଫେରି ଯାଇଥିବା ବେଳେ ଆହୁରି ୧୦ ଜଣ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବଣାଇ ବ୍ଲକର ବାବୁ ନୂଆଗାଁରେ ଥିବା ବଇଦ ପାଲି ସ୍କୁଲରେ ଗତ କାଲି ରାତିରେ ପ୍ରାୟ ୩୦ରୁ ୪୦ଜଣ ଛାତ୍ରୀ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ଖାଦ୍ୟ ଖାଇ ସାରିବା ପରେ ଛାତ୍ରୀ ମାନଙ୍କ ମୁଣ୍ଡ ବିନ୍ଧା ସହ ପେଟ କାଟିବା ଆରମ୍ଭ ହୋଇ ଯାଇଥିଲା। ସେମାନଙ୍କୁ ତୁରନ୍ତ ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇଥିଲା। ଚିକିତ୍ସା ପରେ ଅଧିକାଂଶ ଛାତ୍ରୀଙ୍କୁ ଆଜି ହସ୍ପିଟାଲରୁ ହଷ୍ଟେଲ ପଠାଇ ଦିଆଯାଇଛି। ଆହୁରି ୧୦ ଜଣ ଛାତ୍ରୀ ଚିକିତ୍ସିତ ହେଉଛନ୍ତି। ଫୁଡ଼ ପଏଜନ ଯୋଗୁଁ ଏପରି ହୋଇଥିବା ଡାକ୍ତର ଅନୁମାନ କରୁଛନ୍ତି।

Leave A Reply

Your email address will not be published.