ରାଉରକେଲା : ୧୪୩ ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ୩ ବାଇକ ଅରୋହୀଙ୍କ ମୃତ୍ୟୁ।। ବଣାଇ ଏବଂ ଚାନ୍ଦିପୋଷ ଅଞ୍ଚଳରେ ଦୁର୍ଘଟଣା।

0 652

ବଣାଇ : ୨୭/୧ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣାଇ ଏବଂ ଚାନ୍ଦିପୋଷ ଥାନା ଅଞ୍ଚଳରେ ଟ୍ରକ ଧକ୍କାରେ ଶନିବାର ଦିନ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚାନ୍ଦିପୋଷ ଥାନା ଅନ୍ତର୍ଗତ ବରଘାଟ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଜଣେ ବାଇକ ଅରୋହି ମୃତ୍ୟୁ ବରଣ କରିଛନ୍ତି। ସେହିପରି ବଣାଇ ଥାନା ଅନ୍ତର୍ଗତ ଉପର ବାହାଲ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଦୁଇ ବାଇକ ଅରୋହି ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଉଭୟ ଏକ ସ୍ପଞ୍ଜ ଆଇରନ କାରଖାନାରୁ ବଣାଇ ଯାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସେଠାରେ ରାସ୍ତା ଖରାପ ଥିବାରୁ ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ ହେଉଛି। ରାସ୍ତା ମରାମତି ଏବଂ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ଉଭୟ ଘଟଣାର ତଦନ୍ତ କରୁଛି

Leave A Reply

Your email address will not be published.