ରାଉରକେଲା : ଜୁଏଲଙ୍କ କାର ଧକ୍କାରେ ଯୁବକ ମୃତ।। କାମାକ୍ଷାନଗର ରେକୁଳା ଛକରେ କାର ଧକ୍କା ଦେଲା ବାଇକ କୁ।

0 1,140

ରାଉରକେଲା : ୨୭/୧ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ କାର୍ ଧକ୍କାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଜୁଏଲ କାର ଯୋଗେ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବେଳେ କାମାକ୍ଷାନଗର ଥାନା ଅନ୍ତର୍ଗତ ରେକୁଳା ଛକରେ ଏହି ଦୁର୍ଘଟଣା ହୋଇଥିଲା।
ରେକୁଳା ଛକ ନିକଟରେ ବାଇକ୍ ଆରୋହୀଙ୍କୁ କାର ଧକ୍କା ଦେଇଥିଲା। କାରରେ ସାଂସଦ ଜୁଏଲ ଓରାମ ଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ଜୁଏଲ ହସ୍ପିଟାଲକୁ ନେଇଥିଲେ। ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

Leave A Reply

Your email address will not be published.