ରାଉରକେଲା : ରାଉରକେଲା ପୋଲିସ କବ୍ଜାରେ ୬ ଅନ୍ତର୍ଜାତୀୟ ଠକ।। ନକଲି ଆପ୍ ମାଧ୍ୟମରେ ଠକିଛନ୍ତି କୋଟିକୋଟି ଟଙ୍କା।

0 830

ରାଉରକେଲା : ୨୭/୧ (ସତ୍ୟାନ୍ୟୁଜ) ଅନ୍ତର୍ଜାତୀୟ ସ୍ତରର ଏକ ସାଇବର ଅପରାଧ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାରେ ରାଉରକେଲା ପୋଲିସ ସଫଳ ହୋଇଛି। କମ୍ବୋଡିଆ ରୁ ପରିଚାଳିତ ଏହି ଗ୍ୟାଙ୍ଗ ସେବୀ ଦ୍ୱାରା ପଞ୍ଜିକୃତ ନକଲି ଆପ୍ ମାଧ୍ୟମରେ ଏହି ଠକେଇ କରୁଥିଲେ। ବର୍ଷକ ମଧ୍ୟରେ ଗ୍ୟାଙ୍ଗର ସଦସ୍ୟ ମାନେ ୧୫ କୋଟି ଟଙ୍କା ଠକେଇ କରିଥିବା ରାଉରକେଲା ପୋଲିସ ତଦନ୍ତରୁ ଜାଣି ପାରିଛି। ରାଉରକେଲାର ଜଣେ ବ୍ୟକ୍ତି ନକଲି ଆପ୍ ମାଧ୍ୟମରେ ୬୫ ଲକ୍ଷ ଟଙ୍କା ଠକେଇର ଶିକାର ହେବା ପରେ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଛତିଶଗଡ଼ର ବିଭିନ୍ନ ସ୍ଥାନରୁ ମୁଖ୍ୟ ଆସାମୀ ଉଜ୍ଜ୍ୱଳ ପ୍ରକାଶ ସହ ୬ ଜଣଙ୍କୁ ଗିରଫ କରିଛି। ଏହି ରାକେଟ୍ ର ଅନ୍ୟ ଜଣେ ସଦସ୍ୟ ମହାଦେବ ଆପ୍ ଠକେଇ ମାମଲାରେ ସଂଶ୍ଲିଷ୍ଟ ଥିଲା। ପୋଲିସ ପୂର୍ବରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଠକେଇ ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରିଛି। ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଠକେଇ ଘଟଣାଟି ଏହିପରି। ରାଉରକେଲା ପୋଲିସ କବଳରେ ଅନ୍ତର୍ଜାତୀୟ ଅର୍ଗାନାଇଜ ସାଇବର କ୍ରାଇମ ବା ପିଗ ବୁଚର କ୍ରାଇମ ଗ୍ୟାଙ୍ଗ ଧରା ପଡିବ ପରେ ବହୁ ନୂଆ ତଥ୍ୟ ସମ୍ନାକୁ ଆସୁଛି। ଏକ ବଡ଼ ଧରଣର ସାଇବର କ୍ରାଇମ ଗ୍ୟାଙ୍ଗ ବର୍ତ୍ତମାନ ରାଉରକେଲା ପୋଲିସ ହାବୁଡ଼ରେ। ସାରା ଭାରତ ଏବଂ ସାଉଥ ଏସିଆ ଦେଶରେ ଚାଲିଥିଲା ଏହି ନେଟୱାର୍କ। ୧୫ କୋଟିର ଆକାଉଣ୍ଟ ସହ ୩୦ ହଜାର ୟୁଏସଡ଼ିଟି କ୍ରିପ୍ଟ କରେନ୍ସି ମଧ୍ୟ ଜବତ କରିଛି ରାଉରକେଲା ପୋଲିସ। ପାଞ୍ଚ ଜଣ ଅନଲାଇନ ସାଇବର ଠକଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ। ରାଉରକେଲା ସହରର ଜଣେ ବ୍ୟକ୍ତି ଏହି ଅନଲାଇନ ଠକେଇ ର ଶିକାର ହୋଇଥିବା ନେଇ ଅଭିଯୋଗ ପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଏହି ସଫଳତା ପାଇଛି। ମୁଖ୍ୟତଃ ବେଆଇନ ଇନଭେଷ୍ଟମେଣ୍ଟ ଆପ ସାହାଯ୍ୟରେ କରୁଥିଲେ ଠକେଇ। ଭାରତ ସମେତ ସାଉଥ ଏସିଆନ ଦେଶରେ ଚାଲିଥିଲା ଏହି ସିଣ୍ଡିକେଟ। ରାଉରକେଲା ସହରର ଜଣେ ବ୍ୟକ୍ତି ୬୭ ଲକ୍ଷ ୭୦ ହଜାର ଟଙ୍କାର ଠକେଇ ଅଭିୟୋଗ ଆଧାରରେ ରାଉରକେଲା ସାଇବର ଥାନାରେ ଆଇପିସିର ୧୨୦ବି ଏବଂ ଆଇଟି ଆକ୍ଟର ୬୬ସି/୬୬ଡି) ମାମଲା ରୁଜୁ କରା ଯାଇଥିଲା। ଏହି ଠକେଇ ଘଟଣା ସଙ୍ଗଠିତ ଆନ୍ତର୍ଜାତୀୟ ଅପରାଧ ସିଣ୍ଡିକେଟ୍ ସହ ଜଡିତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଅପରାଧ ଅତ୍ୟନ୍ତ ଜଟିଳ ଏବଂ ଏଥିରେ ଅନେକ ଏଜେନ୍ସି ସାମିଲ ଥିବାରୁ ଏହି ଟିମ୍ ଏମଏଚଏ ଏବଂ ରାଜ୍ୟ କ୍ରାଇମବ୍ରାଞ୍ଚର ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେସନ୍ ସେଣ୍ଟର ର ବୈଷୟିକ ସହାୟତା ନେଇଥିଲା। ତଦନ୍ତ ସମୟରେ ପୁଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛି। ତଥ୍ୟ ଅନୁସାରେ ସାରା ଭାରତରୁ ୨୧୦ରୁ ଅଧିକ ଠକେଇ ମାମଲା ଚିହ୍ନଟ କରାୟାଇଥିଲା। ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, କେରଳ, ଛତିଶଗଡ଼, ଝାଡ଼ଖଣ୍ଡ,ଓଡିଶା ରୁ ଏହି ଅଭିଯୋଗ ଆସି ଥିଲା।ତେବେ ମୁଖ୍ୟ ଅଭିଯୁକ୍ତ ସହ ଗ୍ୟାଙ୍ଗର ୬ ଜଣ ସଦସ୍ୟ ଏପର୍ଯ୍ୟନ୍ତ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଉଜ୍ଜ୍ୱଳ ପ୍ରକାଶଙ୍କ ସହ ନବୀନ ରାଓ, ଏମଡି ନସିମ,ପଙ୍କଜ ରାଓ, ସନ୍ଦୀପ ଜୈନ ଏବଂ ଆଉ ଜଣଙ୍କୁ ପୋଲିସ ଗିରଫ କରିଛି।

Leave A Reply

Your email address will not be published.