ରାଇରଙ୍ଗପୁର : ରାଇରଙ୍ଗପୁର କଲେଜରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ।

0 418

ରାଇରଙ୍ଗପୁର : ୨୬/୧ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବିଶ୍ବ ଓଡିଆ ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ଆଲୋଚନା ଚକ୍ର ` ଶାସ୍ତ୍ରୀୟ ଓଡିଆ ଭାଷା ´ ସଭାପତି ତଥା ଅଧ୍ୟକ୍ଷ ପ୍ରଧ୍ୟାପକ ତ୍ରିଲୋଚନ ଚକ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଆବାହକ କେନ୍ଦ୍ର ସାହିତ୍ୟ ଏକାଡେମୀ ତଥା ଉପସଭାପତି ସାନ୍ତାଳୀ ଲେଖକ ସମ୍ମିଳନୀ ମଦନ ମୋହନ ସୋରେନ, ମୁଖ୍ୟ ବକ୍ତା ଓଡିଆ ପ୍ରଧ୍ୟାପକ ବିଶ୍ବଭାରତୀ ଶାନ୍ତିନିକେତନ ଡକ୍ଟର ଇନ୍ଦ୍ରମଣି ସାହୁ, ସମ୍ମାନିତ ଅତିଥି ଓଡିଆ ପ୍ରଧ୍ୟାପକ ଫକୀର ମୋହନ ବିଶ୍ବ ବିଦ୍ୟାଳୟ ବାଲେଶ୍ବର ଡକ୍ଟର ଜୟନ୍ତ କୁମାର ଦାସ, ସମ୍ମାନିତ ବକ୍ତା ପ୍ରଧ୍ୟାପକ ଏମ ପି ସି ସ୍ବୟଂ ଶାସିତ କଲେଜ, ବାରିପଦା ଡକ୍ଟର ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର, ନିମନ୍ତ୍ରିତ ଅତିଥି ରୂପେ ପୂର୍ବତନ ଡି ଜି ଏମ , ଏଚ୍ ଆର ଇଣ୍ଡିଆନ ଅଏଲ ବଡ ନାରାୟଣ ମାଝୀ ଓ ସାନ୍ତାଳୀ ଅଲଚିକି ଭାଷା ସ୍ରଷ୍ଟା ରଘୁନାଥ ମୁର୍ମୁଙ୍କ ନାତି ତଥା ଗୁରୁ ଗୋମକେ ରଘୁନାଥ ମୁର୍ମୁ ହେରିଟେଜ ଟ୍ରଷ୍ଟ ଅଧ୍ୟକ୍ଷ ଚୁନେନ ରଘୁନ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ | ସଭା ପ୍ରାରମ୍ଭ ପୂର୍ବରୁ ଶ୍ରୀ ଜଗନ୍ନାଥ ଓ ବିଘ୍ନନାଶକ ଗଣେଶଙ୍କ ଫଟୋ ଚିତ୍ରରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜଳନ ପରେ ମହାବିଦ୍ୟାଳୟ ଛାତ୍ରୀଗଣ ସ୍ବାଗତ ସଂଗୀତ ଗାନ କରିଥିଲେ | ସଭାପତି ତାଙ୍କର ସଭାପତିତ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ | ମୁଖ୍ୟ ଅତିଥି ଓଡିଆ ଭାଷାର ଉନ୍ମେଷ ଓ ବିକାଶ ଉପରେ ଆଲୋଚନା କରିଥିବା ବେଳେ ମୁଖ୍ୟ ବକ୍ତା ଓଡିଆ ଭାଷାର ଭୌଗୋଳିକ ସ୍ଥିତି ଓ ଓଡିଆ ଭାଷା ଶିକ୍ଷାରେ ଗୁରୁତ୍ବ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ | ସମ୍ମାନିତ ଅତିଥି ସ୍ଥାନ କାଳ ଭେଦରେ ଓଡିଆ ଭାଷାର ବ୍ୟବହାରିକ ପ୍ରୟୋଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲା ବେଳେ ସମ୍ମାନିତ ବକ୍ତା ଓଡିଆ ଭାଷା କୁ ଆହୁରି ଅଧିକ ଉନ୍ନତ ଓ ମାର୍ଜିତ କରିବା ଉପରେ ଜୋର ଦେଇଥିଲେ | ଇଂରାଜୀ ପ୍ରଧ୍ୟାପକ ସୁନୀଲ କୁମାର ଜେନା ଓ ରାଜନୀତି ବିଜ୍ଞାନ ପ୍ରଧ୍ୟାପକ ହଳଧର ବାରିକ ସମୀକ୍ଷକ କରିଥିଲେ | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଡକ୍ଟର ତନ୍ମୟୀ ରଥ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲା ବେଳେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତାର ନୋଡାଲ ଅଫିସର ଡକ୍ଟର ମିଲନ ମହାନ୍ତ ମଞ୍ଚ ପରିଚାଳନା କରିଥିଲେ | ଉକ୍ତ ବୈଠକରେ ଅଧ୍ୟାପକ କ୍ଷିରୋଧ କୁମାର ତୁର୍କ, ଗୋବର୍ଦ୍ଧନ ମୁର୍ମୁ, ଅଧ୍ୟାପିକା ମାୟା ମମତା ମାର୍ଣ୍ଡି, ପୂଜାଶ୍ରୀ ମହାନ୍ତି, ରୂପନ୍ବିତା ଗିରି, ମଞ୍ଜୁଲତା ମହାନ୍ତ ପ୍ରମୁଖ ଯୋଗ ଦେଇଥିଲା ବେଳେ ସଦଭବ କବି, ତନ୍ମୟ ଗିରି, ଜଗନ୍ନାଥ ବିନ୍ଧାଣୀ, ମନିଷ କୁମାର ପାତ୍ର, ମଙ୍ଗଳ ସିଂ ମୁନ୍ଦୟା, ଦିନେଶ ମହାନ୍ତ, ହର୍ଷିତା ପାଲ, ଉଷସୀ ବେହେରା, ମିତାଲି ବେହେରା, ଯୋଗେଶ୍ବର ପାତ୍ର,ଗୋପୀନାଥ ସୋରେନ ପ୍ରମୁଖ ଛାତ୍ରଛାତ୍ରୀଗଣ ଅଂଶଗ୍ରହଣ କରିଥିଲେ | ପରିଶେଷରେ ଓଡିଆ ଅଧ୍ୟାପକ ଜିତେନ୍ଦ୍ର ନାଥ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.