ରାଉରକେଲା : ୨୬/୧ (ସତ୍ୟାନ୍ୟୁଜ) ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ରାଉରକେଲା ବସ୍ତିଆ ମେମୋରିଆଲ ଟ୍ରଷ୍ଟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସକାଳେ ଶିକ୍ଷାନୁଷ୍ଠାନ ପରିସରରେ ଟ୍ରଷ୍ଟର ଚେୟାରମ୍ୟାନ ଇଞ୍ଜିନିୟର ହେମନ୍ତ କୁମାର ମିଶ୍ର ପତାକା ଉତ୍ତୋଳନ କରିଥିଲେ। ପରେ ଶ୍ରୀ ମିଶ୍ର ନିହାରଵାଳା ଇଂଲିଶ ମିଡ଼ିଅମ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଆର୍ଟ ଏଣ୍ଡ କ୍ରାଫ୍ଟ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ପରେ ଅନୁଷ୍ଠାନର ସେଫ୍ଟି ଡିପାର୍ଟମେଣ୍ଟ ପକ୍ଷରୁ ଅଗ୍ନି ସୁରକ୍ଷା ଉପରେ ଏକ ଡେମୋନଷ୍ଟ୍ରେସନ କରଯାଇଥିଲା।