ରାଉରକେଲା ଏବଂ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପ୍ରକ୍ରିୟା ରୁ ବାଦ ପଡିଲା ।।ରାଜ୍ୟରେ ୧୦୮ ଟି ପୌରସଂସ୍ଥା ଏବଂ ୩ ଟି ମହନଗର ନିଗମରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ।।

0 683

ଏବେ ହେବ ନାହିଁ ରାଉରକେଲା ଏବଂ ସମ୍ବଲପୁର ମହାନଗର ନିଗମ ର ନିର୍ବାଚନ । ରାଜ୍ୟର ୧୦୮ ଟି ପୌରସଂସ୍ଥା ଏବଂ ୩ ଟି ମହନଗର ନିଗମରେ ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଦାଲତରେ ମାମଲା ଯୋଗୁ ସମ୍ବଲପୁର ଏବଂ ରାଉରକେଲା ରେ ମହନଗର ନିଗମ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବ ନାହିଁ । ସେହିପରି କେନ୍ଦ୍ରାପଡା ପୌରପାଳିକା , ନୂଆପଡା ଏନ ଏ ସି ଏବଂ ନବଗଠିତ ଓଡ଼ଗାଁ ଏନ ଏ ସି ର ମାମଲା ଅଦାଲତରେ ବିଚାରାଧୀନ ଥିବାରୁ ସେହି ତିନୋଟି ପୌରସଂସ୍ଥା କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦିଆଯାଇଛି । ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଚିଠିରେ ପୌରପାଳିକା ଏବଂ ଏନ ଏ ସି ରେ ଜିଲ୍ଲାପାଳ ଙ୍କ ତତ୍ତ୍ୱାବଧାନରେ ୱାର୍ଡ ପୁନର୍ଗଠନ ଏବଂ ସଂରକ୍ଷଣ କାର୍ଯ୍ୟ ଆଦି କରାଯିବା ନେଇ ଦର୍ଶାଯାଇଛି ।


ସୂଚନାଯୋଗ୍ୟ ଯେ ୨୦୧୮ ମସିହାରୁ ପର୍ଯ୍ୟାୟକ୍ରମେ ରାଜ୍ୟରେ ପୌରାଞ୍ଚଳ ରେ ନିର୍ବାଚିତ ପରିଷଦ ର କାର୍ଯ୍ୟକାଳ ଶେଷ ହୋଇଛି । ମାତ୍ର ନିର୍ବାଚନ ହେଉନଥିବାରୁ ସମସ୍ତ ପୌରପାଳିକା ରେ ପ୍ରଶାସକ ନିଯୁକ୍ତି ଦିଆଯାଇଛି। ପୌରସଂସ୍ଥା ଏବଂ ମହନଗର ନିଗମରେ ନିର୍ବାଚିତ ପ୍ରତିନିଧି ନଥିବାରୁ ଜନସାଧାରଣ ବିଭିନ୍ନ ସେବାରୁ ବଞ୍ଚିତ ହେବା ସହ ସହରାଞ୍ଚଳରେ ଲୋକମାନଙ୍କ ଗଣତାନ୍ତ୍ରିକ ଅଧିକାର ଖୁର୍ଣ୍ଣ ହେଉଥିବା ଅଭିଯୋଗ ହେଉଛି । ଏବେ ସବୁଆଡେ ପୌରସଂସ୍ଥା ଏବଂ ମହନଗର ନିଗମ ଲାଗି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ରାଉରକେଲା ଏବଂ ସମ୍ବଲପୁର ଆଇନଗତ କାରଣରୁ ବାଦ ପଡିଛି । ଏହି ଦୁଇଟି ମହନଗର ନିଗମରେ ଶୀଘ୍ର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.