ରାଉରକେଲା ଉଦିତନଗର ଥିବା ଏକ କେବୁଲ ଅପରେଟର ଅଫିସରୁ ସେଟଅପ ବକ୍ସ ଚୋରି ଅଭିଯୋଗରେ ଉଦିତନଗର ଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଚୋରମାନେ ସୁନ୍ଦରଗଡ଼ ର ।
ଏହି ଚୋର ମାନ ଙ୍କ ନିକଟରୁ ୨୪ ଟି ସେଟଅପ ବକ୍ସ ଜବତ ହୋଇଛି। ସୂଚନା ଅନୁଯାୟୀ ଉଦିତନଗର ମେହେର ଆଇ ହସ୍ପିଟାଲ ନିକଟରେ ଥିବା ଏକ ଘରୋଇ କେବୁଲ ଅପରେଟର ଙ୍କ ଅଫିସ ରହିଛି । ସୋମବାର ରାତିରେ ଏହି ଦୁଇ ଚୋର ଅଫିସ ର ଝରକା ଭାଙ୍ଗି ଭିତରେ ପଶିଥିଲେ । ଅଫିସ ରେ ରଖାଯାଇଥିବା ୨୪ ରୁ ଉର୍ଦ୍ଧ୍ବ ସେଟ ଅପ ବକ୍ସ ନେଇ ଫେରାର ହୋଇଯାଇଥିଲେ । କେବୁଲ ଅପରେଟର ଉଦିତନଗର ଥାନାରେ ଚୋରି ବାବଦରେ ଏତେଲା ଦେବାପରେ ପୋଲିସ ତଦନ୍ତ କରି ଦୁଇ ଚୋରଙ୍କୁ ଗିରଫ କରିଛି ।