ବଣେଇ ଅଞ୍ଚଳରେ ଦନ୍ତା ଆକ୍ରମଣରେ ପୁଣି ଜଣେ ବୃଦ୍ଧା ଆହତ । ଲୋକେ ଆତଙ୍କିତ ।

0 345

ଦନ୍ତାହାତୀ ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧା ଆହତ ହେବା ପରେ ବଣେଇ ଅଞ୍ଚଳ ରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଟିକାୟତପାଲି ଫରେଷ୍ଟ ସେକ୍ସନ ର କନ୍ତସର ଗ୍ରାମରେ ଜଣେ ବୃଦ୍ଧା ମଙ୍ଗଳବାର ସକାଳେ ବାସନ ମାଜୁ ଥିବା ବେଳେ ଏହି ଦନ୍ତା ଆକ୍ରମଣ କରିଥିଲା ।

ଲୋକମାନେ ତୁରନ୍ତ ପହଞ୍ଚି ହାତୀକୁ ଘଉଡାଇବା ସହ ଗୁରୁତର ଆହତ ବୃଦ୍ଧାଙ୍କୁ ହସ୍ପିଟାଲ ପହଞ୍ଚାଇ ଥିଲେ । ଗତକାଲି ସକାଳେ ଡରେଇକେଲା ଅଞ୍ଚଳରେ ଜଣେ ଯୁବତୀ ପ୍ରାତ ଭ୍ରମଣରେ ବାହାରିଥିବା ବେଳେ ଏହି ଦନ୍ତା ଆକ୍ରମଣରେ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିଶ୍ଚିତ ହେଉଛନ୍ତି । ବଣେଇ ଅଞ୍ଚଳ ରୁ ଗୋଠ ଛଡା ଏହି ଦୁଇଟି ଦନ୍ତା ହାତୀ ଯିବା ନାଁ ନେଉନଥିବାରୁ ଲୋକ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସୂଚନାଯୋଗ୍ୟଯେ ଗତ ରବିବାର ଦିନ ସକାଳୁ ଦୁଇଟି ଦନ୍ତାହାତୀ ବଣେଇ ର ବାଣେଶ୍ଵର ମନ୍ଦିର ରେ ପଶି ପାଚେରୀ ଭାଙ୍ଗିବା ସହ ଆତଙ୍କ ସୃଷ୍ଟି କରିଥିଲେ । ଏପର୍ଯ୍ୟନ୍ତ ବନ ବିଭାଗ ହାତୀ ଘଉଡାଇବାର ସକ୍ଷମ ହୋଇ ନଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Leave A Reply

Your email address will not be published.