ବଣାଇଗଡ଼ : ଇଣ୍ଡୋ ଇଂଲିଶ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସମ୍ପନ୍ନ।। କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଗଲା।

0 338

ରାଉରକେଲା : ୫/୧ (ସତ୍ୟାନ୍ୟୁଜ) ବଣାଇଁଗଡ କନ୍ତଯୋଡି ରେ ଥିବା ଇଣ୍ଡୋ ଇଂଲିଶ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଣାଇଁ ଡିଏଫଓ ଲଲିତ କୁମାର ପାତ୍ର ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ବଣାଇଁଗଡ ମହାବିଦ୍ୟାଳୟର ଅଧ୍ୟକ୍ଷ ଜେନାମଣି ସାହୁ, ରାଉରକେଲା ଇଣ୍ଡୋ ଇଂଲିଶ ସ୍କୁଲର ଡକ୍ଟର କେ ବିଶ୍ବନାଥ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ମିହିର ବରୁଣ ମୁଖାର୍ଜୀଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରା ଯାଇଥିଲା ।ବିଦ୍ୟାଳୟର ଶିକ୍ଷକ ଗିରିଧାରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟର ପ୍ରିନ୍ସିପାଲ ସଂଘମିତ୍ରା ମିଶ୍ର ବାର୍ଷିକ ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ସ୍କୁଲର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଇଣ୍ଡୋ ଇଂଲିଶ ସ୍କୁଲର କାଉନସିଲର ଫିରୋଜ ଖାନ୍ , ଶିକ୍ଷୟିତ୍ରୀ କିରଣ ବାଳା ଜେନା, ସଞ୍ଜୁକ୍ତା ନାଏକ, ଚନ୍ଦନା ରାଣୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.