ରାଉରକେଲା : ଆସନ୍ତାକାଲି ଠାରୁ ଆନ୍ଦୋଳନ ଜୋରଦାର।। ନୂତନ ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି ଆନ୍ଦୋଳନ।

0 1,039

ରାଉରକେଲା : ୫/୧ (ସତ୍ୟାନ୍ୟୁଜ) ଆସନ୍ତାକାଲି ଠାରୁ ଆନ୍ଦୋଳନକୁ ଜୋରଦାର କରାଯିବ। ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଚକ ଗଡିବ ନାହିଁ। ଏପରି ଘୋଷଣା କରା ଯାଇଛି ସୁନ୍ଦରଗଡ଼ ଜିଲ୍ଲା ଡ୍ରାଇଭର ମହାସଙ୍ଘ ପକ୍ଷରୁ। ହିଟ୍ ଆଣ୍ଡ ରନ୍ କେସ୍ ରେ କେନ୍ଦ୍ର ସରକାର ଆଣିଥିବା ନୂତନ ଆଇନକୁ ରଦ୍ଧ କରିବା ଦାବିରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଡ୍ରାଇଭର ମହା ସଂଘର ସାରା ଦେଶରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ୪ ତାରିଖରୁ ଆରମ୍ଭ ହୋଇଥିଲେ ମଧ୍ୟ ଦୁଇ ଦିନ କୋହଳ ମନୋଭାବ ପୋଷଣ କରାଯାଇ ଥିଲା। ମାତ୍ର ଶନିବାର ଠାରୁ ଏହି ଆନ୍ଦୋଳନକୁ ତୀବ୍ର କରାଯିବ। ଯେପର୍ଯ୍ୟନ୍ତ ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ନହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ କୁହା ଯାଇଛି।

Leave A Reply

Your email address will not be published.