ସୁନ୍ଦରଗଡ଼ : ୫/୧ (ସତ୍ୟାନ୍ୟୁଜ) ପିକଅପ ଭ୍ୟାନ ଓଲଟି ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଭଷ୍ମା ଥାନା ଗୁଲଠା ନିକଟରେ ଭାରସାମ୍ୟ ହରାଇ ଏହି ଭ୍ୟାନ ଟି ଓଲଟି ପଡ଼ିଥିଲା
ସୂଚନା ଅନୁଯାୟୀ କେନାପାଲି ଗ୍ରାମରୁ ଏକ କୀର୍ତ୍ତନ ଦଳ ଝାରସୁଗୁଡ଼ା ଜିଲ୍ଲା ତାଳପଟିଆକୁ ଯାଉଥିଲେ। କୌଣସି କାରଣରୁ ଭ୍ୟାନ ଟି ଗୁଲୁଠା ରୋଡ ଉପରେ ଓଲଟି ପଡିଥିଲା ।ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଜଣକ ସୁବଳ ପଟେଲ ବୋଲି ଜଣାପଡିଛି। ଭ୍ୟାନରେ ୧୮ ରୁ ୨୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।