ରାଉରକେଲା : ଭଞ୍ଜ ଭବନ ପଡ଼ିଆରେ ଉଦଘାଟିତ ହେଲା କଳିଙ୍ଗ ହର୍ବଲ ମେଳା। ୮ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ।

0 570

ରାଉରକେଲା : ୪/୧/୨୪ (ସତ୍ୟାନ୍ୟୁଜ) ରାଉରକେଲାରେ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି କଳିଙ୍ଗ ହର୍ବଲ ମେଳା। ଆୟୁର୍ବେଦିକ ଔଷଧି କୁ ପ୍ରମୋଟ କରିବା ଲାଗି ରାଉରକେଲା ବନ ବିଭାଗ ପକ୍ଷରୁ ଏହି ମେଳାର ଅୟୋଜନ କରାଯାଉଛି। ଭଞ୍ଜ ଭବନ ପ୍ରଦର୍ଶନୀ ପଡ଼ିଆରେ ଅୟୋଜିତ ଏହି ହର୍ବଲ ମେଳାରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏବଂ ରଘୁନାଥପାଲି ବିଧାୟକ ସୁବ୍ରତ ତାରାଇ ଯୋଗ ଦେଇଥିଲେ। ଏହି ମେଳା ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆୟୁର୍ବେଦିକ ଡାକ୍ତର ମାନେ ଆସିଥିବା ବେଳେ ବୈଦ୍ୟରାଜ ମାନେ ମଧ୍ୟ ଆସିଛନ୍ତି। ଏହି ହର୍ବଲ ମେଳାରେ ସମୁଦାୟ ୮୦ଟି ଷ୍ଟଲ ଲାଗିଛି। ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନ ସଧାରଣଙ୍କ ପାଇଁ ମେଳା ଖୋଲା ରହିବ।

Leave A Reply

Your email address will not be published.