ରାଉରକେଲା : ୪/୧ (ସତ୍ୟାନ୍ୟୁଜ) ରାଉରକେଲାରେ ଆସନ୍ତାକାଲି ଚାଲିବ ବିଜେପିର ଚିନ୍ତନ ବୈଠକ। ଏଥିଲାଗି ସହରରେ ରାଜ୍ୟ ତଥା କେନ୍ଦ୍ରୀୟ ବରିଷ୍ଠ ବିଜେପି ନେତା ମାନେ ଆସି ପହଁଚି ଗଲେଣି। ସକାଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ଉପ ସଭାପତି ଲେଖାଶ୍ରୀ ସାମନ୍ତ ସିଂହାର , ମାନସ ମହାନ୍ତି ଆଦି ନେତା ପହଞ୍ଚିଛନ୍ତି। ଅପରାହ୍ନରେ ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀ , ବିଶ୍ୱେଶ୍ୱର ଟୁଡୁ , ସଞ୍ଜୟ ବଂଶଲ ପ୍ରମୁଖ ପହଞ୍ଚିଛନ୍ତି। ପୂର୍ବରୁ ବରିଷ୍ଠ ବିଜେପି ନେତା ବି ଏଲ୍ ସନ୍ତୋଷ ରାଉରକେଲାରେ ଅଛନ୍ତି। ଏହି ଚିନ୍ତନ ବୈଠକରେ ସୁନ୍ଦରଗଡ଼ ସଂସଦ ଜୁଏଲ ଓରାମ ଏବଂ ପୂର୍ଣ୍ଣିମା କେର୍କେଟା ପ୍ରମୁଖ ଯୋଗଦେବେ।
ସ୍ଥାନୀୟ ମେ ଫେଆର ହୋଟେଲରେ ହେବାକୁ ଥିବା ଏହି ବୈଠକରେ ବିଜେପିର ୫୦ରୁ ଉର୍ଦ୍ଧ୍ବ ତୁଙ୍ଗ ନେତା ଯୋଗ ଦେବେ।
ପୂର୍ବରୁ ରାଉରକେଲା ଅଗ୍ରସେନ ଭବନରେ ଚାଲିଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଚିନ୍ତନ ଶିବିର।
ଆର ଏସ ଏସ ମୁଖ୍ୟ ମୋହନ ଭାଗବତ ୩ ଦିନ ହେଲା ସହରରେ ଅଛନ୍ତି। ଏହି ସମସ୍ତ ପ୍ରକ୍ରିୟାକୁ ଲକ୍ଷ୍ୟ କଲେ ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶାରେ ବିଜେପି କୌଣସି ବଡ଼ ଯୋଜନା କରୁଥିବା ସୂଚନା ମିଳୁଛି।