ରାଉରକେଲା : ୫ଟି ଚେୟାରମ୍ୟାନ ଭିକେ ପଣ୍ଡିଆନଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ ଶେଷ।। ବିଭିନ୍ନ କାମର ସମୀକ୍ଷା ସହ ଲୋକଙ୍କ ଅଭିଯୋଗ ଶୁଣିଲେ।

0 580

ରାଉରକେଲା : ୪/୧ (ସତ୍ୟାନ୍ୟୁଜ) 5T ଏବଂ ନବୀନ ଓଡିଶା ଚେୟାରମ୍ୟାନ
ଭି କାର୍ତ୍ତିକେୟନ ପଣ୍ଡିଆନ ତାଙ୍କର ଦୁଇ ଦିବସୀୟ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସାରି ଫେରି ଯାଇଛନ୍ତି। ତାଙ୍କ ଗସ୍ତର ଦୂତୀୟ ଦିନରେ ଶ୍ରୀ ପଣ୍ଡିଆନ ଜିଲ୍ଲାର ଜାମପାଲି , ପୁରୁଣାପାଣି ଏବଂ ବଣାଇ ଗସ୍ତ କରିଥିଲେ। ହେଲିକପ୍ଟର ଯୋଗେ ପୁରୁଣାପାଣିରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଲୋକ ମାନେ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲାରେ ଚାଲିଥିବା ବିଭିନ୍ନ
ଉନ୍ନୟନ ମୂଳକ କାମର ସମୀକ୍ଷା କରିବା ସହ ଲୋକଙ୍କ ଠାରୁ ବିଭିନ୍ନ ସମସ୍ୟା ବାବଦରେ ପ୍ରସ୍ତାବ ଗ୍ରହଣ କରିଥିଲେ। ଆସନ୍ତା ୧୪ ତାରିଖ ଭିତରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ବାସୀଙ୍କୁ ଏକ ଖୁସି ଖବର ଦେବେ ବୋଲି 5T ଚେୟାରମ୍ୟାନ ଶ୍ରୀ ପାଣ୍ଡିଆନ କହିଥିଲେ।

Leave A Reply

Your email address will not be published.