ସୁନ୍ଦରଗଡ : ବଣାଇ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ହେମୋ ଡାଇଲିସିସ୍ ସୁବିଧା ଖୁବ ଶୀଘ୍ର।। ସମସ୍ତ ପ୍ରସ୍ତୁତି ଶେଷ।

0 358

ବଣାଇ : ୪/୧ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲାର ବଣାଇ ଉପଖଣ୍ଡ ଡାକ୍ତରଖାନାରେ ହେମୋଡାଇଲିସିସ୍ ସୁବିଧା ଖୁବ୍ ଶୀଘ୍ର ମିଳିବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଆଗାମୀ କିଛି ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି । ଏବଂ ବୃକକ୍ ଜନିତ ସମସ୍ୟା ଦେଇ ଗତିକରୁଥିବା ରୋଗୀମାନେ ଏହାଦ୍ୱାରା ବିଶେଷଭାବରେ ଉପକୃତ ହେବେ ।
ଗତ ମାର୍ଚ୍ଚ ୨୦୨୩ ରେ ତତ୍କାଳୀନ ୫ଟି ସଚିବ ଶ୍ରୀ ଭି, କାର୍ତ୍ତିକେୟନ ପାଣ୍ଡିଆନ୍ ଆଇଏଏସ ଙ୍କ ସୁନ୍ଦରଗଡ ପରିଦର୍ଶନ ସମୟରେ ଏନେଇ ସ୍ଥାନୀୟ ଅଧିବାସୀମାନଙ୍କ ତରଫରୁ ଏକ ଦାବୀପତ୍ର ଦିଆଯାଇଥିଲା । ଏହି ଦାବୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତର ସହ ବିଚାର କରି ବଣାଇଠାରେ ଏକ ଡାଇଲିସିସ୍ ୟୁନିଟ୍ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ୟୁନିଟ୍ କାର୍ଯ୍ୟକ୍ଷମ ହେଲାପରେ ବଣାଇଗଡ ବ୍ଲକ୍ ସହ ଗୁରୁଣ୍ଡିଆ, ଲହୁଣୀପଡା, କୋଇଡା ବ୍ଲକ୍ ର ଲକ୍ଷାଧିକ ଲୋକ ଉପକୃତ ହେବେ । ପୂର୍ବରୁ ଡାଇଲିସିସ୍ ସୁବିଧା ଆବଶ୍ୟକ କରୁଥିବା ବୃକକ୍ ରୋଗୀମାନେ ରାଉରକେଲା ଏବଂ ସୁନ୍ଦରଗଡ ଉପରେ ନିର୍ଭରଶୀଳ ଥିଲେ । ସପ୍ତାହକୁ ଦୁଇ ରୁ ତିନିଥର ଡାଇଲିସିସ୍ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କ ପାଇଁ ଏହି ସେବା ନିୟମିତ ହାସଲ କରିବା କଷ୍ଟକର ହୋଇଯାଉଥିଲା । ବୃକକ୍ ଜନିତ ସମସ୍ୟା ଦେଇ ଗତି କରୁଥିବା ରୋଗୀମାନେ ଦୀର୍ଘ ସମୟ ଯାତ୍ରା କରିବା ଏବଂ ଏ ନେଉ ଅର୍ଥ ଖର୍ଚ୍ଚ କରିବା ଏକ ଦୂରୁହ ବ୍ୟାପାର ଥିଲା । ଏହାଦ୍ୱାରା ସେମାନଙ୍କ ଉପରେ ଅର୍ଥଗତ ଏବଂ ସ୍ୱାସ୍ଥ୍ୟଗତ ଚାପ ପଡୁଥିଲା । ଏହା ଫଳରେ ଅନେକ ଲୋକ ଅନ୍ୟୋପାୟ ହୋଇ ଚିକିତ୍ସା ବନ୍ଦ କରିବା ପାଇଁ ଚିନ୍ତା କରୁଥିଲେ ।
ଏବେ ବଣାଇ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଡାଇଲିସିସ୍ ସେବା ଉପଲବ୍ଧ ହେବା ଫଳରେ ଲୋକମାନଙ୍କୁ ଆଉ ଦୂରସ୍ଥାନକୁ ଯିବାକୁ ପଡିବ ନାହିଁ । ବରଂ ଏହା ସେମାନଙ୍କ ହାତ ପାଆନ୍ତାରେ ମିଳିବ । ଏହି ଡାଇଲିସିସ୍ କେନ୍ଦ୍ରରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ବୈଷୟିକ ଦକ୍ଷତା ସଂପନ୍ନ ଚିକିତ୍ସକଙ୍କ ଦ୍ୱାରା ବୃକକରେ ସମସ୍ୟା ଭୋଗୁଥିବା ଲୋକଙ୍କୁ ଏ ନେଇ ଆଧୁନିକ ଚିକିତ୍ସା ଦିଆଯିବ ।
ଏହି କେନ୍ଦ୍ରର ଲୋକାର୍ପଣ ଖୁବ୍ ଶୀଘ୍ର ହେବାକୁ ଯାଉଥିବାବେଳେ ଏ ନେଇ ଜିଲା ମୁଖ୍ୟ ମେଡିକାଲ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଧରଣୀ ରଂଜନ ଶତପଥି ନିଜର ଖୁସି ଜାହିର କରିଛନ୍ତି । ସୁନ୍ଦରଗଡରେ ଗୋଷ୍ଠୀ ସ୍ତରରେ ଉନ୍ନତ, ନୂତନ ଏବଂ ସମସ୍ତଙ୍କୁ ମିଳିପାରୁଥିବା ବ୍ୟାପକ ସ୍ୱାସ୍ଥ୍ୟସେବା ଯୋଗଇବାକୁ ଆମେ ଦୃଢପରିକର ଏବଂ ବଣାଇର ଏହି ଡାଇଲିସସ୍ କେନ୍ଦ୍ରର ସ୍ଥାପନା ସେହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିଚାର କରାଯାଇ ପାରିବ ବୋଲି କୁହାଯାଇ ପାରିବ ବୋଲି ସେ କହିଛନ୍ତି ।
ଏହି କେନ୍ଦ୍ରରେ ୪ଟି ଡାଇଲିସିସ୍ ମେସିନ୍ ଅଛି ଏବଂ ଏହା ସପ୍ତାହକୁ ୨୪ ଘଂଟା ଧରି ୭ ଦିନ ଯାଏ ଖୋଲା ରହିବ ।ଯାହାଫଳରେ ଡାଇଲିସିସ୍ ସେବା ଆବଶ୍ୟକ କରୁଥିବା ଲୋକମାନଙ୍କୁ ୨୪ ଘଂଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ ।ଏଥିରେ ମାସକୁ ୪୦୦ ରୁ ଅଧିକ ଲୋକଙ୍କୁ ଡାଇଲିସିସ୍ ସୁବିଧା ମିଳିପାରିବ । ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରୁ ଯେଉଁ ରୋଗୀମାନେ ଏହି ଚିକିତ୍ସା ପାଇଁ ରେଫର୍ ହୋଇ ଆସୁଥିବେ ସେମାନଙ୍କୁ ଏହି ଚିକିତ୍ସା ବିନା ମୂଲ୍ୟରେ ମିଳିବ । ଏହି ସୁବିଧା କାର୍ଯ୍ୟକ୍ଷମ ହେଲାପରେ ଏହି ଅଂଚଳର ଲୋକଙ୍କର ଦୀର୍ଘଦିନର ଦାବୀ ପୂରଣ ହେବ ।

Leave A Reply

Your email address will not be published.